ବାଲେଶ୍ୱର//ସୋରୋ, (୨୪/୧୧) : ଆପ୍ର : ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଥାନା ଅଞ୍ଚଳରେ ବଡ଼ ଧରଣର ଲୁଟ୍ । ଘରେ ପଶି ମହିଳା ଓ ତାଙ୍କ ବାପାଙ୍କୁ ମାଡ଼ ମାରି ଲୁଟିଲେ ୫ ମୁଖାପିନ୍ଧା ଲୁଟେରା ।
ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ଅନନ୍ତପୁର ପୋଲିସ । ଅନନ୍ତପୁର ଥାନା ବାଳଙ୍ଗ ଗାଁ’ର ୧୩ ନମ୍ବର ୱାର୍ଡରେ ସୁଶ୍ରୀ ସଙ୍ଗୀତା ପଲେଇ ନିଜ ବାପା ଓ ଛୋଟ ଝିଅ ସହ ରହୁଥିଲେ । ଗତକାଲି ରାତିରେ ହଠାତ ଘର ଭିତରକୁ ପଶିଥିଲେ ୫ ଜଣ ମୁଖାପିନ୍ଧା ଲୁଟେରା । ସଙ୍ଗୀତା ଓ ତାଙ୍କ ବାପାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ପରେ ଲୁଟପାଟ୍ କରିଥିଲେ ।

