Homelocalଦୁଇ ବର୍ଷର ଶିଶୁକନ୍ୟାକୁ ଝାମ୍ପି ନେଲା ଅଜଣା ଜନ୍ତୁ! ଗାଁରେ କୋକୁଆ ଭୟ

ଦୁଇ ବର୍ଷର ଶିଶୁକନ୍ୟାକୁ ଝାମ୍ପି ନେଲା ଅଜଣା ଜନ୍ତୁ! ଗାଁରେ କୋକୁଆ ଭୟ

ନବରଙ୍ଗପୁର, (୨୪/୧୧) : ଆପ୍ର : ଦୁଇ ବର୍ଷର ଶିଶୁକନ୍ୟାକୁ ଝାମ୍ପି ନେଲା ଅଜଣା ଜନ୍ତୁ । କଲରାପତରିଆ ବାଘ ବା ହେଟା ବାଘ ସନ୍ଦେହ ।

ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳ ନାକଟିସିମୋଡା ପଞ୍ଚାୟତର ଚଢ଼ିଆପାରା ଗାଁ’ରେ ଅଭାବନୀୟ ଘଟଣାକୁ ନେଇ ଆତଙ୍କ । ଘର ଦାଣ୍ଡରେ ଶୌଚ କରୁଥିବା ସମୟରେ ଦୁଇ ବର୍ଷର ଶିଶୁକନ୍ୟାକୁ ଏକ ଅଜଣା ବନ୍ୟଜନ୍ତୁ ଝାମ୍ପି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଶିଶୁକନ୍ୟା ଜଣକ ସେହି ଗାଁ’ର ବିଷ୍ଣୁ ଗଣ୍ଡଙ୍କ ଝିଅ । ଘଟଣାଟି ଶିଶୁର ଜେଜେବାପା ଦେଖିଥିବା ଶିଶୁର ମାଆ ସୁମିତ୍ରା ଗଣ୍ଡ କହିଛନ୍ତି । ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଖବରପାଇ ବନ ବିଭାଗର ୧୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ବନ ବିଭାଗର କର୍ମଚାରୀଙ୍କ ସହ ୩୦ରୁ ଅଧିକ ଗ୍ରାମବାସୀ ମିଶି ନିକଟସ୍ଥ ଜଙ୍ଗଲରେ ଶିଶୁକନ୍ୟାର ଛାନଭିନ ଜାରି ରଖିଛନ୍ତି ।

ଅନ୍ୟପକ୍ଷରେ ଶିଶୁକନ୍ୟାକୁ ଝାମ୍ପି ନେଇଥିବା ଜନ୍ତୁଟି କଲରାପତରିଆ ବାଘ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏହା କେଉଁ ବନ୍ୟଜନ୍ତୁ, ସେନେଇ ବନ ବିଭାଗ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବନ ବିଭାଗର ଖୋଜାଖୋଜି ପରେ କୌଣସି ସୁରାକ୍ ମିଳିଲେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଏବେ ସମସ୍ତଙ୍କ ନଜର ଶିଶୁକନ୍ୟାର ସନ୍ଧାନ ଉପରେ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments