Homelocalଗାଁ ଗାଁରେ ବୁଲୁଛି ହାତୀ ‘ରାଜୁ’, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

ଗାଁ ଗାଁରେ ବୁଲୁଛି ହାତୀ ‘ରାଜୁ’, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

ସୁନ୍ଦରଗଡ, (୦୮/୧୦) : ଆପ୍ର : ଗାଁ ଗାଁ ରେ ବୁଲୁଛି ହାତୀ ‘ରାଜୁ’ । ଦେଖିବାକୁ ଲୋକଙ୍କ ଭିଡ଼ । ହାତୀ ରାଜୁର ଶାନ୍ତ ସ୍ୱଭାବ ଓ ପୋଷା ହାତୀ ଭଳି ବ୍ୟବହାର ଚର୍ଚ୍ଚାର ବିଷୟ ପାଲଟିଛି ।

ସୁନ୍ଦରଗଡ଼ ଜିଲ୍ଲା ଜମନକିରା ରେଞ୍ଜ ଅଧୀନ ସିରିଡ଼, ଜମନକିରା ବିଟ୍ ଅଞ୍ଚଳରେ ଘୂରି ବୁଲୁଛି । ବନ ବିଭାଗର କର୍ମଚାରୀ ହାତୀର ଗତିବିଧି ଉପରେ ନିରନ୍ତର ନଜର ରଖିଛନ୍ତି । ହାତୀଟି ଗାଁ ମଧ୍ୟରେ ରହିଥିବାରୁ ବିଦ୍ୟୁତ୍ ବିଭାଗ ମଧ୍ୟ ସତର୍କ ହୋଇଛି । ଜମନକିରା ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚି ବିଦ୍ୟୁତ୍ ସଂଯୋଗ କାଟିବା ସହ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ହାତୀ ନିକଟକୁ ନଯିବା ପାଇଁ ସଚେତନ କରାଯାଉଛି ।

ଅନ୍ୟପଟେ, ହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିବାରୁ ବନ ବିଭାଗ ପକ୍ଷରୁ ସମସ୍ତଙ୍କୁ ସଚେତନ କରାଯାଉଛି । ହାତୀ ନିକଟକୁ ନଯିବା, ତାକୁ ଉତ୍ତେଜିତ ନକରିବା ଏବଂ ନିରାପଦ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ହାତୀଟି କେଉଁ ଦିଗକୁ ଯାଉଛି, ତା’ର ଗତିବିଧି କିପରି ରହୁଛି, ସେନେଇ ବନ ବିଭାଗ ଟିମ୍ ସତର୍କ ରହିଛି । ତେବେ ହାତୀ ‘ରାଜୁ’ର ଶାନ୍ତ ସ୍ୱଭାବ ଓ ଗାଁ ମଧ୍ୟରେ ତା’ର ଚଳାଚଳକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଲୋକଙ୍କ ସୁରକ୍ଷା ସହ ହାତୀର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇ ବନ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments