Homecrimeବ୍ରଜରାଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତର ଡାହାଣ ଗୋଡ଼ରେ ବାଜିଛି ଗୁଳି

ବ୍ରଜରାଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତର ଡାହାଣ ଗୋଡ଼ରେ ବାଜିଛି ଗୁଳି

ଝାରସୁଗୁଡ଼ା, (୨୭/୦୭) : ଆପ୍ର : ବ୍ରଜରାଜନଗରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷକୁ ଏନକାଉଣ୍ଟର ହୋଇଛି ।

ଝାରସୁଗୁଡ଼ା ଓପିଏମ ଇବ୍ ଘାଟରେ ଏନକାଉଣ୍ଟର କଲା ପୋଲିସ । ଅଙ୍କିତର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି । ଅଙ୍କିତ ନାଁରେ ହତ୍ୟା, ଡକାୟତି ଭଳି ୭ଟି ମାମଲା ରହିଛି । ମହିଳାଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଘଟଣାରେ ଖୋଜୁଥିଲା ପୋଲିସ । ଗୁଳିମାଡ଼ କରି ଖସି ଯିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କଲା ପୋଲିସ । ସେହିପରି ଗତ ଦୁଇ ଦିନ ତଳେ ଗଞ୍ଜମରେ ଏନକାଉଣ୍ଟର ହୋଇଥିଲା । ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର କରିଥିଲା ପୁରୁଷୋତ୍ତମପୁର ଥାନା ପୋଲିସ । କାଳିଆର ଆଣ୍ଠୁରେ ଗୁଳି ବାଜିଥିଲା ।

ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା l କାଳିଆ ନାଁରେ ଏକାଧିକ ମାମଲା ଥିବା ବେଳେ ସେ ଫେରାର ଥିଲା । କୋଦଳା ସିଂହାସିନୀ ରାସ୍ତାରେ କାଳିଆ ଯାଉଥିବା ସମୟରେ ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା । ହେଲେ ପ୍ରଥମେ କାଳିଆ ପୋଲିସ ଉପରକୁ ଗୁଳି ଚଳାଇଥିଲା l କାଳିଆ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଚୋରି, ଡକାୟତି ଭଳି ଅନେକ ସଙ୍ଗିନ ମାମଲା ରହିଥିଲା l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments