Homelocalକୁଖ୍ୟାତ ଅନ୍ତଃରାଜ୍ୟ ଅପରାଧୀ ଟୁନା ହରିଜନ ଘରେ ବୁଲିଲା ବୁଲଡୋଜର

କୁଖ୍ୟାତ ଅନ୍ତଃରାଜ୍ୟ ଅପରାଧୀ ଟୁନା ହରିଜନ ଘରେ ବୁଲିଲା ବୁଲଡୋଜର

ନବରଙ୍ଗପୁର, (୦୪/୧୦) : ଆପ୍ର : କୁଖ୍ୟାତ ଅନ୍ତଃରାଜ୍ୟ ଅପରାଧୀ ଟୁନା ହରିଜନଙ୍କ ଘରେ ବୁଲଡୋଜର ଚଳାଇଲା ପ୍ରଶାସନ ।

ଅପରାଧୀ ଟୁନା ହରିଜନଙ୍କ ଘରକୁ ଭାଙ୍ଗିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଟୁନା ଦୁଇଟି ସରକାରୀ ଜମିକୁ ଜବର ଦଖଲ କରି ଘର ନିର୍ମାଣ କରିଥିଲା । ଆଜି ପ୍ରଶାସନ ପକ୍ଷରୁ ଏଇ ଦୁଇ ଜାଗାରୁ ଜବର ଦଖଲ ଉଛେଦ କରିଛି । ମନ୍ଦିରରୁ ଲୁଟ୍, ଚୋରି ଏବଂ ପୋଲିସ ଉପରକୁ ଗୁଳିମାଡ଼ ଭଳି ଏକାଧିକ ଅପରାଧିକ ମାମଲାରେ ଅଭିଯୁକ୍ତ ଟୁନା ହରିଜନଙ୍କ ବିରୋଧରେ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଚର୍ଚ୍ଚା । ନବରଙ୍ଗପୁର ସହର ଉପକଣ୍ଠ ସାନ କୁସୁମୀ ଗାଁ’ରେ ଥିବା ତାଙ୍କ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ମଧ୍ୟ ଟୁନା ହରିଜନଙ୍କ ନାଁ’ରେ ୪୦ରୁ ଅଧିକ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି ।

ବିଶେଷ କରି ବିଭିନ୍ନ ମନ୍ଦିରରୁ ସୁନା, ରୁପା ଅଳଙ୍କାର ଲୁଟ୍ ଏବଂ ପୋଲିସ ଉପରକୁ ଗୁଳିମାଡ଼ ଭଳି ଘଟଣାରେ ସେ ପୋଲିସର ନଜରରେ ଥିଲେ । ବାରମ୍ବାର ପୋଲିସକୁ ଚକମା ଦେଇ ଫେରାର ହୋଇଯାଉଥିବା ଟୁନା ହରିଜନଙ୍କୁ ଶେଷରେ ଛତିଶଗଡ଼ର ଜଗଦଲପୁର ଅଞ୍ଚଳରୁ କାବୁ କରିଥିଲା ପୋଲିସ । ତା ନିକଟରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇଛି । ଆଉ ଏବେ ଟୁନା ହରିଜନଙ୍କ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶେଇ ଦେଇଛି ପ୍ରଶାସନ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments