Homelocalଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ଦେଖିବେ ପର୍ଯ୍ୟଟକ

ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ଦେଖିବେ ପର୍ଯ୍ୟଟକ

ଭୁବନେଶ୍ୱର, (୦୪/୧୦) : ଆପ୍ର : ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ ।

ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ପାଇଁ ଖୁଆଡ଼କୁ ଛଡ଼ା ଯାଇଛି । ଏମାନଙ୍କ ମଧ୍ୟରେ ଜେବ୍ରା, କଙ୍ଗାରୁ, ୱାଲାବି, ଟଫ୍ ଟେଡ୍ କ୍ୟାପୁଚିନ୍, ତିନି ପ୍ରକାରର ମାକାଓ, ମିରକାଟ୍, ସ୍କାରଲେଟ୍ ଆଇବିସ୍ ଏବଂ ସଲଫର୍ କ୍ରେଷ୍ଟେଡ୍ କକାଟୁ ରହିଛନ୍ତି ।

ଖୁଆଡରେ ଏହି ନୂତନ ପ୍ରଜାତିର ଜୀବଜନ୍ତୁଙ୍କୁ ଦେଖିବାକୁ ନନ୍ଦନକାନନରେ ଭିଡ଼ ଜମୁଛି । ଗତମାସ ୧୧ ତାରିଖ ବିଳମ୍ବିତ ଗୁଜରାଟର ବନ୍ତାରା ମଧ୍ୟରେ ଥିବା ରାଧାକୃଷ୍ଣ ଟେମ୍ପ୍ଲଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟରୁ ନନ୍ଦନକାନନ ଆସିଥିଲେ ୧୪ ପ୍ରଜାତିର ୫୮ ବିଦେଶୀ ଜୀବଜନ୍ତୁ । ପାଖାପାଖି ୨୨ ଦିନ କ୍ୱରେଣ୍ଟାଇନରେ ରହିବା ପରେ ଆଜି ସେମାନଙ୍କୁ ଖୁଆଡ଼ ମଧ୍ୟକୁ ଛଡାଯାଇଛି। ଫଳରେ ପର୍ଯ୍ୟଟକ ଏହାକୁ ଦେଖିବାକୁ ଉତ୍କଣ୍ଠା ରହିଥିବା ବେଳେ ଏହି ଜନ୍ତୁମାନେ ନନ୍ଦନକାନନର ଶୋଭା ବଢ଼ାଉଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments