Homelocalକୋଇଲା ଓ ପାଉଁଶ ଗାଡ଼ି ଉପରେ କଟକଣା, ସକାଳ ୬ ଟାରୁ ରାତି ୧୦ ଯାଏ...

କୋଇଲା ଓ ପାଉଁଶ ଗାଡ଼ି ଉପରେ କଟକଣା, ସକାଳ ୬ ଟାରୁ ରାତି ୧୦ ଯାଏ ପରିବହନ ବନ୍ଦ

ଭୁବନେଶ୍ୱର, (୨୧/୦୭) : ଆପ୍ର : ୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ ଲଗାଯାଇଛି କଟକଣା । ଏହି ଜିଲ୍ଲା ହେଲା ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ।

ଏଣିକି ସକାଳ ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ ଚାଲି ପାରିବନି ପାଉଁଶ ଓ କୋଇଲା ପରିବହନ ଗାଡ଼ି । ଦୁର୍ଘଟଣା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ଓଡ଼ିଶାର ତାପଜ ବିଦ୍ୟୁତ୍ ଉତ୍ପାଦନର ୯୪ ପ୍ରତିଶତ ହୁଏ । ଓପିଜିସି ଓ ଜେଏସଡବ୍ଲ୍ୟୁ ବିଦ୍ୟୁତ୍ ଉତ୍ପାଦନ କରନ୍ତି । ସେଥିରୁ ବାହାରୁଥିବା ପାଉଁଶ ପରିବହନ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ରହିଛି ।

କିନ୍ତୁ ସମ୍ପୂର୍ଣ୍ଣ ସମସ୍ୟା ସମାଧାନ ହୋଇ ପାରିନାହିଁ । ବଡ଼ ବଡ଼ ଗାଡି ଯିବା ଆସିବା ଯୋଗୁଁ ଅନେକ ସମୟରେ ଅନେକ ସମସ୍ୟା ଉତ୍ପନ୍ନ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ପାଉଁଶ ପରିବହନ ଓ ଲୋକଙ୍କ ଯାତାୟାତ ସମୟ ଅଲଗା ଅଲଗା ଧାର୍ଯ୍ୟ କରାଯାଇଛି । କୋଇଲା ଏବଂ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ କେବଳ ରାତି ୧୦ରୁ ସକାଳ ୬ ଟା ପର୍ଯ୍ୟନ୍ତ ଯାତାୟାତ କରି ପାରିବ ।

ସେହିପରି ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ସାଧାରଣ ଲୋକ ଯାତାୟତ କରିବେ । ଏହି ସମୟ ମଧ୍ୟରେ ଦୁଇ ଚକିଆ,ଚାରି ଚକିଆ ଯାନ ସହ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡ଼ି ଗୁଡ଼ିକ ଯାତାୟାତ କରିବ । ଯଦି କୌଣସି କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଯାତାୟାତ କରିବା ଖବର ଆସିବ ତେବେ ସମ୍ପୃକ୍ତ ଗାଡ଼ି ମାଲିକ ଓ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments