ସମ୍ବଲପୁର, (୨୯/୦୮) : ଆପ୍ର : ସମ୍ବଲପୁରରେ ଫାୟାରିଂ । ଦିନ ଦ୍ବିପ୍ରହରେ ମାଂସ ଦୋକାନୀଙ୍କୁ ଗୁଳିମାଡ଼ । ବୁର୍ଲା ଥାନା କିର୍ବା ଛକ ନିକଟରେ ଫାୟାରିଂ ହୋଇଛି ।
୩ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ । ମୃତକଙ୍କ ନାଁ ଅନିଶ୍ । ତାଙ୍କ ମୁଣ୍ଡରେ ଗୋଟିଏ ଓ ଦେହରେ ଦୁଇଟି ଗୁଳି ବାଜିଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତ ଅଟୋରେ ଆସି ଗୁଳିମାଡ଼ କରିଥିଲା । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାପ୍ପା ମାରିଛି । ଘଟଣା ସମ୍ପର୍କରେ ସୂଚନା ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ପୋଲିସ ମୃତଦେହ ଜବତ କରି ବୁର୍ଲା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଆବଶ୍ୟକ ହେଲେ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗୁଳିକାଣ୍ଡ ପଛରେ ବ୍ୟକ୍ତିଗତ ଶତ୍ରୁତା, ବ୍ୟବସାୟିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଅଭିଯୁକ୍ତଙ୍କ ମୋବାଇଲ୍ ଡିଟେଲ୍ ମଧ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

