Homelocalକଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ

କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ

କଟକ, (୦୮/୦୮) : ଆପ୍ର : କଟକ ଜିଲ୍ଲାରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ବାଙ୍କୀ ଉପଖଣ୍ଡର କଳାପଥର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୬ ଜଣ ଝାଡ଼ାବାନ୍ତି ଆକ୍ରାନ୍ତରେ ଚିକିତ୍ସିତ ହୋଇଥିଲେ ।

ସମସ୍ତ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ପଠାଇଦିଆଯାଇଛି। ଏହି ଘଟଣାରେ ୩ଟି H₂S ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ପରୀକ୍ଷା ନେଗେଟିଭ୍ ଆସିଛି। ତେଣୁ ଏଗୁଡ଼ିକ ସାମାନ୍ୟ (sporadic) ଝାଡ଼ାବାନ୍ତି ରୋଗର ଘଟଣା ଏବଂ କୌଣସି ଗୋଷ୍ଠୀ ସଂକ୍ରମଣର ଲକ୍ଷଣ ନୁହେଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବର୍ଷା ଋତୁ ପୂର୍ବରୁ ଜିଲ୍ଲାର ସମସ୍ତ ପାନୀୟଜଳ ଉତ୍ସକୁ ନିୟମିତ ଭାବେ ବିଶୋଧନ କରାଯାଇଥିବା ବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟର ବିଶୋଧନ କାର୍ଯ୍ୟ ଜାରି ରହିଛି। ତେବେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସମ୍ପୃକ୍ତ ଗ୍ରାମରେ ଅଧିକ ମାତ୍ରାରେ ପାନୀୟଜଳ ଉତ୍ସ ବିଶୋଧନ ସହିତ ଘରକୁ ଘର H₂S ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ଜଳଜନିତ ରୋଗର ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments