Homelocalଆଜିଠାରୁ ପିତୃପକ୍ଷ ଆରମ୍ଭ, ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀରେ ଗହଳି

ଆଜିଠାରୁ ପିତୃପକ୍ଷ ଆରମ୍ଭ, ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀରେ ଗହଳି

ପୁରୀ, (୨୭/୦୯) : ଆପ୍ର : ଆଜି ପବିତ୍ର ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ପିତୃପକ୍ଷ ଆରମ୍ଭ । ଏହି ପକ୍ଷରେ ୩ ପିଢୀର ପିତୃ ଲୋକଙ୍କୁ ଶ୍ରାଦ୍ଧ, ତିଳ ତର୍ପଣ ଦିଆଯାଏ ।

ବର୍ଷରେ ଏକୋଦିଷ୍ଟ ଶ୍ରାଦ୍ଧ ଠାରୁ ଏହି ପକ୍ଷ ସ୍ୱତନ୍ତ୍ର । ଗୋତ୍ର,ନାମ,ନ ଜାଣିଥିଲେ ମଧ୍ୟ ଶ୍ରାଦ୍ଧ ଦେଇ ହୁଏ । ଦେବତା,ଋଷି ଙ୍କୁ ମଧ୍ୟ ସନ୍ତୁଷ୍ଟ କରାଯାଏ । ଆଜି ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବସିଥିବା ବ୍ରାହ୍ମଣ ମାନଙ୍କ ପାଖରେ ଶ୍ରାଦ୍ଧ ଅର୍ପଣ କରୁଛନ୍ତି ଶ୍ରଦ୍ଧାଳୁ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି । ଏନେଇ ଆଜି ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ମହୋଦଧିରେ ଭିଡ଼ ଲାଗିଛି ।

୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବାର ବ୍ୟବସ୍ଥା ରହିଛି । ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲିବ । ଏହି ସମୟରେ ସମସ୍ତ ପିତୃପୁରୁଷ ଶ୍ରାଦ୍ଧ ଓ ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି ବୋଲି ବିଶ୍ବାସ ରହିଛି । ପିତୃ ପୁରୁଷମାନେ ସେମାନଙ୍କ ବଂଶଧରଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇଥାନ୍ତି । ଅପରପକ୍ଷ ବା ପିତୃ ପକ୍ଷ ସମୟରେ ଅନେକ ନିୟମ ନିଷ୍ଠା ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments