Homelocalମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା, ଆଗାମୀ ୧୬ ଦିନ ଧରି...

ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା, ଆଗାମୀ ୧୬ ଦିନ ଧରି ଚାଲିବ ପୂଜା

ଯାଜପୁର, (୦୪/୧୦) : ଆପ୍ର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ଧରାପୃଷ୍ଠକୁ ଅବତରଣ କରିବେ ମାଆ ।

ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠରେ ଚଳଚଞ୍ଚଳ ପରିବେଶ । ମାଆଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ଏହି ପୂଜା ଆଗାମୀ ୧୬ ଦିନ ଧରି ଚାଲିବ । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷାଠାରୁ ମାଆଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ଵାବଧାନରେ ସଂଧ୍ୟାରେ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା । ଏହା ପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଆଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା ।

ଆଜି ଅନ୍ୟ ଦେବୀ ପୀଠଗୁଡ଼ିକରେ ସପ୍ତମାତୃକା ପୂଜା ପାଇଁ ୭ଟି କଳସ ବସୁଥିବା ବେଳେ ବିରଜାଙ୍କ ପୀଠରେ ଅଷ୍ଟଶକ୍ତିଙ୍କ ପାଇଁ ୮ଟି କଳସ,ଗୋଟିଏ ଗଣପତି କଳସ ଏବଂ ଦେବୀଙ୍କ ପାଇଁ ଗୋଟିଏ କଳସ ସହ ମୋଟ ୧୦ଟି କଳସ ସ୍ଥାପନର ଅନନ୍ୟ ପରମ୍ପରା ରହିଛି। ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମାଆଙ୍କ ରଥ କାମ ଆଗେଇ ଚାଲିଛି । ମାଆଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments