ଆଗଲପୁର, (୧୩/୦୯) : ଆପ୍ର : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଲାଙ୍ଗିର ବରଗଡ଼ ଜାତୀୟ ରାଜପଥ ୨୬ ଝାରବନ୍ଧ ଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ ବଲାଙ୍ଗିର ପଟୁ ଏକ ରେନଲର୍ଡ କମ୍ପାନୀ ଡଷ୍ଟର ଗାଡ଼ି ୨୬ ଈଐ ୯୭୮୩କ ଧଳାରଙ୍ଗର ଗାଡ଼ି ଝାରବନ୍ଧଲି ଛକରେ ରାଜପଥକୁ ଛାଡି ଗଛମୂଳେ ଏକ କାର ଙଊ ୦୭ ତ ୩୪୪୧ କଳାରଙ୍ଗର କାର ଛିଡ଼ା ହୋଇଥିଲା । ସେହି କଳାରଙ୍ଗର କାର ସାମ୍ନାରେ ଝାରବନ୍ଧଲି ଗ୍ରାମର ଦୁଇଜଣ ସରୋଜ ରଥ ଏବଂ ସୁରେଶ କୁମାର ଭୋଇଙ୍କୁ ଧଳାରଙ୍ଗର କାରଟିଘୋଷାଡି ନେଇ ରୋଡସାଇଡରେଥିବା କଳାରଙ୍ଗର କାରକୁ ସାମ୍ନାରେ ଧକ୍କା ଦେଇ ଧଳାରଙ୍ଗର କାରଟି ଆଗକୁ ଯାଇ ରୋଡ ସାଇଡ଼ରେ ଥିବା ଇଲେକ୍ଟ୍ରିକ ଖୁଣ୍ଟରେ ପିଟି ହୋଇଥିଲା । ଦୁର୍ଘଟଣା ହୋଇଥିବା ୨ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ସାଙ୍ଗେସାଙ୍ଗେ ଏକ ପ୍ରାଇଭେଟ୍ ଗାଡ଼ିରେ ବରଗଡ଼ ଚିକିତ୍ସା ପାଇଁ ପଠାଇ ଦେଇଥିବା ସୂଚନାରୁ ପ୍ରକାଶ। ସେହି ୨ଜଣ ମଧ୍ୟରୁ ସରୋଜ ରଥ ଗୁରୁତର ଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଲମତାପୁଟରୁ ବାହାରି ବଲାଙ୍ଗିର ଦେଇ ଟାଟା ନଗର ଯାଉଥିଲା ।

