ସୁବର୍ଣ୍ଣପୁର, (୧୧/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ରୁ କେବାଡ଼ ଯିବା କେନାଲ ରାସ୍ତା ରେ ଗୁଳିକରି ଜଣକୁ ହତ୍ୟା ।
ସୂଚନା ମୁତାବକ ବରଗଡ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପଞ୍ଚାୟତ ର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ ବୟସ (୪୦) ତାଙ୍କ ବାପା ସଭାପତି ନାଏକ କେବାଡ଼ ଗ୍ରାମର କହିବା ଅନୁସାରେ ଗତକାଲି ସଂଧ୍ୟା ରେ କେହି ଜଣେ ଫୋନ କରି କୋଣସି କାମ ପାଇଁ ଡାକିଥିଲେ ରାତ୍ରି ରେ କାମ ସାରି ତାଙ୍କର ସୁଇପ ଡିଜ଼ାର କାର ଓଡି ୧୫ ଏ ୮୧୯୧ ନିଜେ ଚଳାଇ ଘର କୁ ଫେରୁଥିବା ବେଳେ ଚିନାଜୁରି କେନାଲ ରାସ୍ତା ରେ କେହି ଦୃବୃତ୍ତ ଗୁଳି କରି ହତ୍ୟା କରି ଫେରାର ମାରିଛି । ଆଜି ସକାଳୁ ଘଟଣା ବିଷୟରେ ଖବର ପାଇବା ପରେ ତାଙ୍କ ବାପା ସଭାପତି ନାଏକ ଚିନାଜୁରି ଗ୍ରାମର କେନାଲ୍ ରାସ୍ତା ଆଡ଼କୁ ଯାଇଥିଲେ। ଯେଉଁଠାରେ ସେ କେବାଡ଼-ଚିନାଜୁରି ରାସ୍ତା ଉପରେ ଉକ୍ତ କାର୍ଟି ଥିବାର ଦେଖିବାକୁ ପାଇଥିଲେ ଏବଂ ଗାଡ଼ି ଭିତରେ ତାଙ୍କ ନିଜ ପୁଅର ଗୁଳି ବିଦ୍ଧ ମୃତଦେହ ଦେଖିଥିଲେ ।
ଏହି ହତ୍ୟା ଘଟଣାକୁ ଗୁରୁତର ସହ ନେଇ ସମ୍ବଲପୁର ଉତ୍ତରାଞ୍ଚଳ ଡ଼ିଆଇଜି ଚରଣ ସିଂ ମିନ୍ନା, ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ, ବରଗଡ଼ ଏସପି ଆର.ଏନ ଶତପଥୀ, ସୁବର୍ଣପୁର ଜିଲ୍ଲାର ଏ ଏସପି କେ କେ ହରିପ୍ରାସାଦ, ବରଗଡ଼ ଏ ଏସପି ପ୍ରିୟବ୍ରତ ବିଶ୍ୱାଳ, ସୋନପୁର ଏସଡିପିଓ କଲ୍ୟାଣୀ ବେହେରା, ଡ଼ୁଙ୍ଗୁରିପାଲି ଓ ବରପାଲି ଥାନା ଅଧିକାରୀ ପ୍ରମୁଖଙ୍କ ନେତୃତ୍ବରେ ୦୩ ସ୍ଵତନ୍ତ୍ର ଟିମ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ତଥ୍ୟ ପ୍ରମାଣ ସକାଶେ ପୁଲିସ ବୈଜ୍ଞାନିକ ତଦନ୍ତ ଦଳ ଓ ସନ୍ଧାନୀ କୁକୁର ଉପଯୋଗ କରି ତଦନ୍ତ ଚଳାଇଛନ୍ତି ଓ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛିନ୍ତି ।
ଏ ସମ୍ପର୍କରେ ଡୁଙ୍ଗୁରିପାଲି ଥାନା କେସ୍ ନଂ ୨୨୦/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ମୃତ ଶ୍ରୀ ନାଏକ ବାପା ଫୋନ କଲ ସମ୍ପର୍କରେ ପୁଲିସ ମୃତ ଅଚ୍ୟୁତାନନ୍ଦଙ୍କ ମୋବାଇଲ୍ ଫୋନ କଲ ଡିଟେଲ ମାଗିଥିବା ଜଣାପଡ଼ିଛି । ଫୋନ କଲ ଯାଞ୍ଚ ପରେ ପୁଲିସ୍ କେତେ ଜଣକୁ ଥାନାକୁ ଆଣି ପଚରାଉଚରା କରୁଛି । ସେ କାର ରେ ରାସ୍ତାରେ ଆସିବା ବେଳେ ପୁଲିସ ସିସିଟିଭି ଫୁଟେଜ କୁ ମଧ୍ୟ ଯାଞ୍ଚ କରୁଛି । ପୂର୍ବ ଶତ୍ରୁତାକୁ ସମ୍ପର୍କରେ ମଧ୍ୟ ପୁଲିସ ଖୋଳତାଡ଼ କରୁଛି। କିଛି ସନ୍ଦିଗ୍ଧ ପୁଲିସ ସ୍କାନର ରେ ରହିଛନ୍ତି । ବିଜେପୁର ର ପୂର୍ବତନ ମନ୍ତୀ ଓ ପୂର୍ବତନ ବିଧାୟକ ରୀତା ସାହୁ ଓ ବରପାଲି ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଘଟଣା ସ୍ଥଳକୁ ଯାଇଥିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

