ଭୁବନେଶ୍ବର, (୦୮/୧୦) : ଆପ୍ର : ଗୁପଚୁପ ଖାଉଥିଲେ ହୁସିଆର । ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ଗୁପଚୁପ । ଗୁପଚୁପ ତିଆରି କାରଖାନାରେ ଚଢ଼ାଉ କରିଛି ଫୁଡ ସେଫଟି ଟିମ୍ ।
ଭୁବନେଶ୍ବର ଖାରବେଳ ନଗର ମସଜିଦ କଲୋନୀରେ ଚଢାଉ କରିଛି ଟିମ୍ । ଗୁପଚୁପ ଫାକ୍ଟ୍ରି ବା ବ୍ୟବସାୟୀ ପ୍ରସ୍ତୁତ କରୁଥିବା ସ୍ଥାନରେ ଯାଞ୍ଚ ହୋଇଛି । BMCର ଖାଦ୍ୟ ସୁରକ୍ଷା ବିଭାଗ ୮ଜଣିଆ ଟିମ୍ ରେଡ କରିଛନ୍ତି । ଅସ୍ୱାସ୍ଥ୍ୟକର ପରିବେଶ ଖାଦ୍ୟ ପ୍ରସ୍ତୁତ ପାଇଁ ୭ ଜଣଙ୍କୁ ନୋଟିସ କରାଯାଇଛି । ଗୁପଚୁପ ପ୍ରସ୍ତୁତ ଉପରେ ରୋକ ଲଗାଯାଇଛି । ପୋଡ଼ା ତେଲ, ଲଙ୍କା ଗୁଣ୍ଡ ଓ ପାଣି ନମୁନା ସଂଗ୍ରହ କରି ନିଆଯାଇଛି । ଟେଷ୍ଟ ପରେ ପରବର୍ତ୍ତୀ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି ।
ବିନା ଫୁଡ୍ ଲାଇସେନ୍ସ ରେ ବେଆଇନ୍ ଭାବରେ ପ୍ରସ୍ତୁତ କରାଯାଉଥିବା ମଧ୍ୟ ସାମ୍ନାକୁ ଆସିଛି । ଏକ ୮ ଜଣିଆ ଫୁଡ୍ ସେଫ୍ଟି ଟିମ୍ ବିଭିନ୍ନ ଗୁପଚୁପ ପ୍ରସ୍ତୁତି ସ୍ଥାନରେ ଯାଞ୍ଚ କରିଥିଲା । ଗୁପଚୁପ ଫ୍ୟାକ୍ଟ୍ରି ଏବଂ ବ୍ୟବସାୟୀମାନେ ଯେଉଁ ସ୍ଥାନରେ ଗୁପଚୁପ ପ୍ରସ୍ତୁତ କରୁଥିଲେ, ସେଠାରେ ଖାଦ୍ୟର ମାନ, ପରିବେଶ ଓ ସ୍ୱଚ୍ଛତା ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି ।

