Homelocalସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ, ହଜାର ହଜାର ଭକ୍ତଙ୍କ ସମାଗମ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ, ହଜାର ହଜାର ଭକ୍ତଙ୍କ ସମାଗମ

ସମ୍ବଲପୁର, (୧୦/୧୦) : ଆପ୍ର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ବର୍ଷତମାମ ସିନ୍ଦୂର ବର୍ଣ୍ଣରେ ଦର୍ଶନ ଦେଉଥିବାବେଳେ ମହାଳୟା ଦିନ ଶ୍ୱେତବର୍ଣ୍ଣରେ ଦର୍ଶନ ଦିଅନ୍ତି ।

ଏହାକୁ ଗଙ୍ଗା ଦର୍ଶନ ବେଶ ତଥା ମା’ ସରସ୍ୱତୀଙ୍କ ବେଶ ବୋଲି କୁହାଯାଇଥାଏ । ବର୍ଷରେ ଥରେ ମାଆ ଧବଳମୁଖୀ ବେଶରେ ଦର୍ଶନ ଦେଉଥିବାରୁ ମନ୍ଦିର ଏବଂ ମନ୍ଦିର ବାହାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ରୂପରେ ଅଢେଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ । ଆଜି ପୂଜକ ମାନେ ମଧ୍ୟ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ମା’ ଙ୍କର ଆଳତି ସହ ପୂଜା କରୁଛନ୍ତି । ସେହିପରି ଆଜି ସମଲେଶ୍ୱରୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଜଣେ ଅତିରିକ୍ତ ଏସପି, ୨ ଜଣ ଡ଼ିଏସପିଙ୍କ ନେତୃତ୍ୱରେ ଦୁଇ ଜଣ ଇନ୍ସପେକ୍ଟର , ୪ଜଣ ଏସଆଇ ସହ ୫ ସେକ୍ସନ ଫୋର୍ସ ମୁତୟନ ହେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments