Homelocalଜି.ସି.ଡି ୱାକର୍ଷ କ୍ଲବ୍ ପକ୍ଷରୁ ଦହି ଚହ୍ଲା ବଣ୍ଟନ

ଜି.ସି.ଡି ୱାକର୍ଷ କ୍ଲବ୍ ପକ୍ଷରୁ ଦହି ଚହ୍ଲା ବଣ୍ଟନ

ରାୟଗଡା, (୦୩/୦୬) : ଆପ୍ର : ମାନବ ସେବା ହିଁ ମାଧବ ସେବା ଏହି ପଂକ୍ତିକୁ ଅକ୍ଷର ଅକ୍ଷର ପାଳନ କରିଛନ୍ତି ୱାକର୍ଷ କ୍ଲବ ସଦସ୍ୟ ।WhatsApp Image 2026 06 01 at 14.42.49 1

ରାୟଗଡା ସହର ଜି.ସି.ଡି ୱାକର୍ସ କ୍ଲବ୍ ପକ୍ଷରୁ ଖରା ଦାଉରୁ ରକ୍ଷା ପାଇବା ପାଇଁ ଦହି ଚହ୍ଲା ବଣ୍ଟନ କରାଯାଇଛି । କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବିଧାୟକ ଆପ୍ପଲା ସ୍ୱାମୀ କାଡ୍ରାକା ଯୋଗ ଦେଇ କହିଛନ୍ତି ଯେ ସମସ୍ତ ସଙ୍ଗଠନ ସମାଜ ପାଇଁ କିଛି ନା କିଛି ସେବା ଜାରି ରଖିବା ଉଚିତ୍ । ସେହିଭଳି ସମ୍ମାନୀୟ ଅତିଥି ଭାବେ ରାୟଗଡ଼ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଉପସ୍ଥିତ ରହି ୱାକର୍ଶ କ୍ଲବ ସଦସ୍ୟ ମାନଙ୍କ ଉତ୍ସାହ ବଢ଼ାଇବା ସହ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ଯମରେ ଲୋକଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରିଛନ୍ତି। ସେହିଭଳି ରାୟଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକରି ଯୋଗ ଦେଇ କହିଛନ୍ତି ଯେ, ସେବା କରିବା ଦ୍ୱାରା ଅନ୍ୟମାନଙ୍କୁ ପ୍ରେରଣା ମିଳେ ଯାହାଦ୍ୱାରା ଅଂଚଳରେ ଆତ୍ମୀୟତା ଓ ପରସ୍ପର ପ୍ରତି ଆନ୍ତରିକତା ସୃଷ୍ଟି ହୁଏ ।

ଏହିଭଳି କାର୍ଯ୍ଯକ୍ରମ ସହିତ ଆଗକୁ ଜି.ସି.ଡି ୱାକର୍ଷ କ୍ଳବ୍ ପକ୍ଷରୁ ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଯୋଗାସନ, ସ୍ବଚ୍ଛ ଭାରତ ଅଭିଯାନ, ବୃଦ୍ଧା ଆଶ୍ରମରେ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ, ପରିବେଷ ସୁରକ୍ଷା ଆମୋରି ରକ୍ଷା ଭଳି କାର୍ଯ୍ଯକ୍ରମ ମାଧ୍ୟମରେ ସାଇକେଲ ଚଲାଇ ଜନ ସଚେତନତା ସୃଷ୍ଟି କରାଯିବ ବୋଲି କ୍ଲବ୍ ସଭାପତି ଜଗନ୍ନାଥ ସାହୂ କହିଛନ୍ତି।କାର୍ଯ୍ୟକ୍ରମରେ ବରିଷ୍ଟ ନାଗରିକ ସୁରେନ୍ଦ୍ର ସାହୁ, ସାମ୍ୱାଦିକ ଦୀପକ କୁମାର ପୃଷ୍ଟି, ଆଇନଜିବୀ ମନୋଜ କୁମାର ରଥ, ସୁବାଷ ଚନ୍ଦ୍ର ବାରିକ, ଚିନାରି ବିଜୟ ମୋହନ, କିନ୍ତାଲି ସୁରେଶ କୁମାର, ମୁଚୀ ରବି, dp ବାବୁ, ଜିତେନ୍ଦ୍ର ରଥ, ଅମର ପାତ୍ର, ଲୁଲୁ ବକ୍ସି ଏବଂ କ୍ଲବର ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments