Homelocalବିଶ୍ୱ ଭିଟିଲିଗୋ ଦିବସ ଅବସରରେ ଡିଏଚଏଚ ରାୟଗଡାରେ ସଚେତନତା କାର୍ଯ୍ୟକ୍ରମ

ବିଶ୍ୱ ଭିଟିଲିଗୋ ଦିବସ ଅବସରରେ ଡିଏଚଏଚ ରାୟଗଡାରେ ସଚେତନତା କାର୍ଯ୍ୟକ୍ରମ

ରାୟଗଡା, (୨୫/୦୬) : ଆପ୍ର : ବିଶ୍ୱ ଭିଟିଲିଗୋ ଦିବସ ଅବସରରେ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ରାୟଗଡା କ୍ୟାମ୍ପସର ସ୍କୁଲ ଅଫ ନର୍ସିଂ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ), ରାୟଗଡାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।WhatsApp Image 2026 06 25 at 18.16.29 1

ଚଳିତ ବର୍ଷର ଥିମ୍ From Stigma to Strength ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଭିଟିଲିଗୋ ରୋଗ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ନର୍ସିଂ ଛାତ୍ରଛାତ୍ରୀ ମାନେ ଅଧ୍ୟାପକମାନଙ୍କ ତତ୍ତ୍ୱାବଧାନରେ ରୋଗୀ ଓ ସେମାନଙ୍କ ସହଯୋଗୀଙ୍କୁ ଭିଟିଲିଗୋର କାରଣ, ଲକ୍ଷଣ, ଚିକିତ୍ସା ଓ ଯତ୍ନ ସମ୍ପର୍କରେ ସଚେତନ କରିଥିଲେ । ଏହା ସହ ରୋଗକୁ ନେଇ ପ୍ରଚଳିତ ବିଭିନ୍ନ ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସ ଦୂର କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯାଇଥିଲା ।WhatsApp Image 2026 06 25 at 18.16.30

କାର୍ଯ୍ୟକ୍ରମରେ ପ୍ରାୟ ୩୦ରୁ ୩୫ ଜଣ ରୋଗୀ ଓ ସେମାନଙ୍କ ସହଯୋଗୀ ଅଂଶଗ୍ରହଣ କରିଥିଲେ । ଭିଟିଲିଗୋ ସଂକ୍ରାମକ ନୁହେଁ ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ସାମାଜିକ ସମର୍ଥନ ଓ ସହାନୁଭୂତି ଆବଶ୍ୟକ ବୋଲି ଉପସ୍ଥିତ ଲୋକଙ୍କୁ ବୁଝାଯାଇଥିଲା । ପୋଷ୍ଟର ଓ ଶିକ୍ଷାମୂଳକ ସାମଗ୍ରୀ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭିଟିଲିଗୋ ସମ୍ପର୍କରେ ଲୋକଙ୍କ ଜ୍ଞାନ ବୃଦ୍ଧି ପାଇବା ସହ ରୋଗକୁ ନେଇ ଥିବା କଳଙ୍କ ଓ ଭ୍ରମ ଦୂର କରିବାରେ ସହାୟକ ହୋଇଥିଲା । ସେଥିସହ ନର୍ସିଂ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ଶିକ୍ଷା ଓ ସାମୁଦାୟିକ ସେବା କ୍ଷେତ୍ରରେ ବ୍ୟବହାରିକ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments