ବ୍ରିଜ ତଳକୁ ଖସିଲା ଲୁହାଛଡ଼ ବୋଝେଇ ଟ୍ରକ, ହେଲ୍ପର ଗାଡ଼ି ଭିତରେ ଚାପି ହୋଇଥିବା ସୂଚନା

Date:

Share post:

ବଲାଙ୍ଗୀର, (୧୬/୦୫) : ଆପ୍ର : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଲୁହାଛଡ଼ ବୋଝେଇ ଟ୍ରକ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ପଦ୍ମପୁର ପାଟଣାଗଡ଼ ମୁଖ୍ୟରାସ୍ତା ଜୁରିଆ ବ୍ରିଜ ନିକଟରେ ଦୁର୍ଘଟଣା ।

ଘଟଣାସ୍ଥଳରୁ ଡ୍ରାଇଭରକୁ ଉଦ୍ଧାର କରି ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ହେଲ୍ପର ଗାଡ଼ି ଭିତରେ ଚାପି ହୋଇଥିବା ସୂଚନା । ହେଲ୍ପରକୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକ ଓ ଖପ୍ରାଖୋଲ ଅଗ୍ନିଶମ ବାହିନୀର ପ୍ରୟାସ ଜାରି । ଲୁହାଛଡ ବୋଝେଇ ଟ୍ରକଟି ପଦ୍ମପୁରରୁ ପାଟଣାଗଡ଼ ଆସୁଥିବା ସୂଚନା । ସୂଚନାଯୋଗ୍ୟ, ସୋମବାର ପାନପୋଷ ଦ୍ବିତୀୟ ବ୍ରିଜ ଉପରେ ଭାରସାମ୍ୟ ହରାଇ ଓଲଟିଲା ହାଇଓ୍ବା । ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲେ । ହାଇଓ୍ବା ଓଲଟି ପଡିବା ପରେ ପରେ ହଠାତ୍ ନିଆଁ ଲାଗିଯାଇଥିଲା । ପ୍ରବଳ ଖରାର ପ୍ରକୋପ ସାଙ୍ଗକୁ ହାଇଓ୍ବାରେ ଥିବା ଡିଜେଲ୍ ରେ ନିଆଁ ଲାଗିଯାଇଥିଲା । ହଠାତ୍ ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଟ୍ରକ୍ ମାଲିକ ସଂଘର ନିର୍ଵାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ

ରାୟଗଡା, (୨୮/୦୫) : ଆପ୍ର : ରାୟଗଡା ଟ୍ରକ୍ ୟୁନିଅନ ସଂଘ ନିର୍ଵାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ପି...

ରାୟଗଡ଼ ଜିଲ୍ଲା ନୂତନ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ରାଜ ପ୍ରସାଦ

ରାୟଗଡା, (୨୮/୦୫) :ଆପ୍ର : ରାୟଗଡା ଜିଲ୍ଲାରେ ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦ। ଜିଲ୍ଲାରେ ବଢୁଥିବା ମହିଳା...

ପ୍ରକାଶ ପାଇଲା OAS ରେଜଲ୍ଟ; ବୁବୁନ ସାହୁ ହେଲେ ଟପ୍ପର, ଜାଣନ୍ତୁ ଶ୍ରେଷ୍ଠ ୧୦ ତାଲିକାରେ ରହିଛନ୍ତି କେଉଁମାନେ?

ଭୁବନେଶ୍ୱର, (୨୭/୦୫) : ଆପ୍ର : ପ୍ରକାଶ ପାଇଲା OAS ରେଜଲ୍ଟ । ଓଡ଼ିଶାର ପ୍ରଶାସନିକ ସେବାକୁ ନେଇ ଅପେକ୍ଷାର ଅନ୍ତ ଘଟିଛି ।...

ପାଣି ପାଇଁ ୫ କିମି ପଦଯାତ୍ରା

ବଲାଙ୍ଗୀର // ବେଲପଡ଼ା, (୨୭/୦୫) : ଆପ୍ର : ପାଣି ପାଇଁ ମହିଳା ଅଭିନବ ପ୍ରତିବାଦ କରିଛନ୍ତି । ମୁଣ୍ଡରେ ଗରା ଆଉ କାଖରେ...