କଣ୍ଟାବାଞ୍ଜି, (୨୫/୦୮) : ଆପ୍ର : ଡାକ୍ତରଖାନାରେ ମିଳିଲା ନାହିଁ ଶବବାହକ ଗାଡ଼ି । କଣ୍ଟାବାଞ୍ଜିରେ ପୁଣି ଲଜ୍ୟା । ମିଳିଲା ନାହିଁ ଶବ ବାହକ ଗାଡ଼ି ବାଇକ ରେ ବୁହା ହେଲା ଶବ ।
ଏହିଭଲି ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଡାକ୍ତରଖାନାରେ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଖଏରପଦର ଗାଁ’ର ୧୨ ବର୍ଷିୟା ନାବାଳିକା ସୂର୍ଯ୍ୟ କାନ୍ତି ଛୁରା ଝାଡ଼ାବାନ୍ତିରେ ଅସୁସ୍ଥ ହୋଇଥିଲେ । ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଡ଼ାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଏହାପରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଥିବା ଶବବାହକ ଗାଡ଼ିକୁ ପରିବାର ଲୋକେ ବାରମ୍ବାର ଯୋଗାଯୋଗ କରିଥିଲେ । ଦୀର୍ଘ ୨ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଶବବାହ ଗାଡ଼ି ନଆସିବାରୁ ନିରାସ ହୋଇଥିଲେ ।
ସେପଟେ ନାବାଳିକାର ମୃତ୍ୟୁ ଶବକୁ ବାଇକ ରେ ବୋହି ନେଇଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଗତ କିଛି ଦିନ ତଳେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବବାହକ ଗାଡ଼ି ନମିଳିବାରୁ କାନ୍ଧରେ ବୁହା ହୋଇଥିବା ଶବ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା । ଆଜି ପୁଣି ଶବବାହ ଗାଡ଼ି ନମିଳିବାରୁ ବାଇକରେ ବୁହା ହୋଇଛି । ଯାହାକୁ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ମୃତ ଝିଅର ବାପାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଗାଡି ପାଇଁ ଅପେକ୍ଷା କଲୁ ହେଲେ ନମିଳିବାରୁ ଆଣିଲୁ । ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ପାଇଁ କହିବାରୁ ମୁଁ ମନା କଲି ଓ ଝିଅକୁ ନେଇ ପଳେଇ ଆସିଲୁ ବୋଲି କହିଛନ୍ତି ।

