Homelocalବଲାଙ୍ଗିର ଜିଲ୍ଲା ରେ କୋଟି , କୋଟି ଟଙ୍କା ର ଦୁର୍ନୀତି, ପିଇବା ପାଣି ପାଇଁ...

ବଲାଙ୍ଗିର ଜିଲ୍ଲା ରେ କୋଟି , କୋଟି ଟଙ୍କା ର ଦୁର୍ନୀତି, ପିଇବା ପାଣି ପାଇଁ ଟ୍ୟାଙ୍କର,ଜୀବନ ପଛେ ଯିବ ତୀବ୍ର ଆନ୍ଦୋଳନ କରିବା ଧମକ ଦେଲା ଜିଲ୍ଲା ଆଦିବାସି ମହାସଂଘ

ବଲାଙ୍ଗିର//ଟିଟିଲାଗଡ, (୧୭/୦୭) : ଆପ୍ର : ପାନୀୟ ଜଳ ଯୋଗାଣ ଆଳରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଦର୍ଶାଇ ମିଥ୍ୟା ବିଲ୍ ଭାଉଚର କରି ଆସୁଥିବା ବରଦାସ୍ତ୍ କରା ଜୀବନୀ, ଜୀବନ ପଛେ ଯାଉ ବିରାଟ ଗଣ ଆନ୍ଦୋଳନ କରାଯିବ, ଡବଲ ଇଞ୍ଜିନ ସରକାର ଫେଲ୍ ବୋଲି ଚେତାବନୀ ଦେଇଛି ବଲାଙ୍ଗିର ଜିଲ୍ଲା ଆଦିବାସି ମହାସଂଘWhatsApp Image 2026 07 16 at 13.48.40

ଖୋଦ୍ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଆସି ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଗଲେ । ବଲାଙ୍ଗିର ଜିଲ୍ଲା ଆଦିବାସି ମହାସଂଘ ତରଫ ରୁ ସମ୍ପତି ମାଝୀ ଆମ କ୍ୟାମେରା ସାମ୍ନାରେ ସରକାର ଦୃଷ୍ଟି ଦେବାକୁ ଦୃଢ଼ ଦାବି କରିଛନ୍ତି । ଟ୍ୟାଙ୍କର ଯୋଗେ ଲୋକ ପାଣି ବ୍ୟବହାର କରିବା ସତ୍ତ୍ୱେ ମିଥ୍ଯା ପ୍ରତିଶ୍ରୁତି ଦେଇ ବି ଜେ ଡି ସରକାର ଉପରେ ଦୋଷ ଲଦି ଦେଇ ଚାଲିଗଲେ ହେଲେ ତିନି ବର୍ଷ ପୂରି ଗଲା ସିନା ଟ୍ୟାଙ୍କର ଉପରେ ଲୋକେ ନିର୍ଭର କରୁଛନ୍ତି ।

କୋଟି, କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଓ କାର୍ଯ୍ୟକାରୀ ସବୁ କାଗଜ, କଲମରେ ସୀମିତ କରି ମାତ୍ରାଧିକ ଦୁର୍ନୀତି ଚାଲିବା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଅତ୍ୟନ୍ତ ନିମ୍ନ ମାନର କାମ ଲୋକ ଦେଖାଣିଆ ଭାବେ ଆରମ୍ଭ କରି ଛାଡ଼ି ଦେଇଥିବା ଓ କାମ ବନ୍ଦ ଥିବା ଯୋଗୁଁ କୋଟି, କୋଟି ଟଙ୍କା ବରବାଦ ହେବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଯାହା ତତଲାଗଡ ରୂପେ ପରିଚିତ ବଡ, ବଡ ଓଭର ହେଡ ଟ୍ୟାଙ୍କର ମାନ ରହିଛି ହେଲେ ପାଣି ବଦଳରେ ନଷ୍ଟ ହେବାକୁ ବସିଲାଣି । ଏ ନେଇ ତୁରନ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments