ସୁବର୍ଣ୍ଣପୁର, (୧୩/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଶନିବାର ସନ୍ଧ୍ୟାରେ ଶୀତଳ ସଷ୍ଠୀ ମହୋତ୍ସବ ପାଇଁ ଶାନ୍ତି କମିଟି ବୈଠକ ଆଇ ଆଇ ସି ଅନିତା କିଡୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମହୋତ୍ସବ କମିଟି ର ସଭାପତି ପୂର୍ଣଚନ୍ଦ୍ର ମେହେର, ଉପ ସଭାପତି ସମ୍ବିତ ନେପାକ, ଦୁର୍ଗାପୂଜା ସମ୍ପାଦକ ଗନ୍ଧର୍ବ ମାହାର, ବିଜେଡି ନଗର ସଭାପତି ସୋମନାଥ ମିଶ୍ର, କନ୍ୟା ପିତା ରଂଜିତ ପଣ୍ଡା, ଏସ ଆଇ ମରୁତ ଚନ୍ଦ୍ର ପଧାନ, ସାମାଜିକ କର୍ମୀ ରାମ ଗୋପାଳ ବାଘ,ଙ୍କ ସମେତ ସ୍ଥାନୀୟ ଖାବରଦାତା, ଓ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ଯୋଗ ଦେଇଥିଲେ । ଆଇ ଆଇ ସି କିଡୋ କିପରି ମହୋତ୍ସବ କୁ ଶାନ୍ତି ଶୃଙ୍ଖଲା ସହ କରାଯାଇ ପାରିବ ସେ ଉପରେ ସମସ୍ତଙ୍କ ମତାମତ ଲୋଡ଼ିଥିଲେ । ଏସ ଆଇ ପ୍ରଭାତୀ ଦାସ, ଧନ୍ୟବାଦ ଦେଇଥିଲେ ।

