ବିନିକା ମଣ୍ଡି ରେ ପଡି ରହିଛି ୭୦ ରୁ ଅଧିକ ଧାନ ଭର୍ତି ଗାଡି

Date:

Share post:

ସୁବର୍ଣ୍ଣପୁର, (୧୩/୦ ୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାର୍କେଟ ୟାର୍ଡ଼ ରୁ ମିଲ ମାକିକ ମାନେ ଧାନ ଉଠାଉ ନଥିବାରୁ ପଡି ରହି ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ପ୍ରାୟ ୭୦ ରୁ ଅଧିକ ଧାନ ଭର୍ତି ଟ୍ରାକ୍ଟର, ଟ୍ରକ ପିକଅପ, ଛିଡା ହୋଇଛି । ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଶନିବାର ସକାଳୁ ଶତାଧିକ ଚାଷୀ ସୋନପୁର ଯାଇ ସିଏସଓ ଙ୍କୁ ଭେଟି ମଣ୍ଡି ରୁ ଧାନ ଉଠାଇବା ପାଇଁ ଦାବୀ କରିଥିଲେ । ସିଏସଓ କହିଲେ ଆଜି ୪ ଗୋଟି ଟ୍ରକ ଯାଇ ଧାନ ଆଣିବ ସବୁ ଧାନ କିଣାହେବ କହିଥିବା ଚାଷୀ କହିଥିଲେ । ବର୍ତମାନ ପର୍ଯ୍ୟନ୍ତ ବିନିକା ବ୍ଲକ ର ବିଭିନ୍ନ ମଣ୍ଡି ରୁ ୬ ଲକ୍ଷ ୨୫ ହଜାର ୩୮୬ କୁଇଣ୍ଟାଲ ୪୫ କେଜି ଧାନ କିଣା ହୋଇଥିବା ଓ ଆଗଜୁ ସମସ୍ତ ଧାନ କିଣାଯିବ ବୋଲି ସିଏସଓ ପ୍ରକାଶ କରିଛନ୍ତି । ଏପଟେ ଚାଷୀମାନେ କହିଛନ୍ତି ବର୍ଷା ମାଡି ଆସୁଛି । ଆମେ ଖରିପ ଚାଷ କରିବୁ ପଇସା ନହେଲେ ବିହନ କେମିତି କିଣିବୁ ସାହୁକାର ଙ୍କ ଋଣ କେବେ ପରିଶୋଧ କରିବୁ ବର୍ଷା ହେଲେ ଧାନ ସବୁ ଭିଜି ଯିବ ଆମେ ଧର୍ଯ୍ୟ ହରା ହେଲୁଣି ଯଦି ଦୁଇଦିନ ଭିତରେ ଧାନ ନ ନେଲେ ବାଧ୍ୟ ହୋଇ ରାସ୍ତା ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଇବ୍‌ ନଦୀରେ ବୁଡ଼ି ଦୁଇ ମୃତ

ଝାରସୁଗୁଡ଼ା, (୧୫/୦୬) : ଆପ୍ର : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ଣରେ ଗାଧୋଇ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ...

ଜମି ବିବାଦରୁ ବାପା, ସାବତ ମା’ଙ୍କୁ ବୀଭତ୍ସ ହତ୍ୟା

ବାଲିକୁଦା, (୧୫/୦୬) : ଆପ୍ର : ବାଲିକୁଦା ଥାନା ଅଳାଭର ପଞ୍ଚାୟତ ଅଧୀନ ତେରତାଙ୍ଗ ଗ୍ରାମରେ ଜମିଜମା ବିବାଦକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ...

ଘରେ ପଶିଗଲା ବାଲି ବୋଝେଇ ଟିପ୍ପର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ନବରଙ୍ଗପୁର, (୧୫/୦୬) : ଆପ୍ର : ଘରେ ପଶିଗଲା ବାଲି ବୋଝେଇ ଟିପ୍ପର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଦୁର୍ଘଟଣାରେ ଘର ସମ୍ପୂର୍ଣ୍ଣ...

ତୀର୍ଥଯାତ୍ରୀ ବସ ଦୁର୍ଘଟଣା, ଜଣେ ମୃତ

ସୋର, (୧୫/୦୬) : ଆପ୍ର : ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିଲାବେଳେ...