Homelocalବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ବୋରିଗୁମ୍ମା, (୩୧/୮) : ଆପ୍ର : ବୋରିଗୁମ୍ମା ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର (ଟୁଟୁ) ପଟ୍ଟନାୟକଙ୍କ ଧର୍ମପତ୍ନୀ ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକଙ୍କର ଆଜି ମଧ୍ୟାହ୍ନରେ ଦେହାନ୍ତ ହୋଇଯାଇଛି ।

ଗତକାଲି ହଠାତ୍ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ତା’ଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଯାଉଥିବା ବେଳେ ରାସ୍ତାରେ ତାଙ୍କର ହଠାତ୍ ଦେହାନ୍ତ ହୋଇଥିବା ଜଣାପଡିଛି । ଜଣେ ଭଦ୍ର, ଅମାୟିକ ମହିଳାଙ୍କର ଅକାଳ ବିୟୋଗରେ ତାଙ୍କ ପରିବାର ତଥା ବୋରିଗୁମ୍ମା ବାସୀ ସ୍ତବ୍ଧ ହେବା ସହ ଗଭୀର ଶୋକ ପ୍ରକାଶ କରିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ହୋଇ ଥିବାରୁ ପରିଚିତଙ୍କ ଗହଣରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ ଆସନ୍ତା କାଲି ପୂର୍ବାହ୍ନରେ ବୋରିଗୁମ୍ମା ଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣା ପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments