“କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶପୁରୁଷ ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାଁ ଙ୍କ ସ୍ମୃତି ସଭା “

Date:

Share post:

ମୁରିବାହାଲ, (୧୩/୦୬) : ଆପ୍ର : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ଫରେଷ୍ଟ ବଙ୍ଗଳା ଠାରେ ମୁରିବାହାଲ ବିଜୁ ଜନତା ଦଳ ତରଫରୁ ବ୍ଲକ ସଭାପତି ସନ୍ୟାସି ପୁଟେଲ ଙ୍କ ସଭାପତିତ୍ୱରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗୀୟ ଆୟୁବ ଖାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ ସେହି ମହାନ ପୁଣ୍ୟ ଆତ୍ମାର ସଦ୍‌ଗତି ନିମନ୍ତେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ ଜନସାଧାରଣ ୨ ମିନିଟ୍‌ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ସଭାରେ ଉପସ୍ଥିତ ସମସ୍ତ ବକ୍ତା ସ୍ୱର୍ଗୀୟ ଖାନଙ୍କ କାର୍ଯ୍ୟକାଳ ସମୟରେ ଅଞ୍ଚଳର ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟାବଳୀକୁ ମନେପକାଇ ତାଙ୍କର ଭୂରି-ଭୂରି ପ୍ରଶଂସା କରିଥିଲେ। ସେ ଏକ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଏବଂ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ହୃଦୟରେ ସେ ଚିରଦିନ ପାଇଁ ସ୍ମୃତି ହୋଇ ରହିବେ ।

ଏହି ସ୍ମୃତି ସଭାରେ ଡ.ଅମଜାଦ ଖାଁ, ପୂର୍ବତନ ବ୍ଲକ ବିଜେଡି ସଭାପତି ସିଦ୍ଧେଶ୍ୱର ଦାସ, ଜିଲ୍ଲା ସମ୍ପାଦକ ଶେଷଦେବ ସା, ବରିଷ୍ଠ ବିଜେଡି ନେତା ଅଶୋକ ପଟ୍ଟନାୟକ, ଲୋକନାଥ ସାହୁ, ଯୁବ ଆଦିବାସୀ ନେତା ନିର୍ମଳ ଯାନୀ, ଅନ୍ତରାମ ପୁଟେଲ, ବାଲକୃଷ୍ଣ ବଘାର, ଭାଗରଥି ସାହୁ, କ୍ଷେତ୍ର ପୁଟେଲ, ସୋସିଆଲ ମେଡ଼ିଆ ସଂଯୋଜକ କୈଳାସ ସାହୁ, ଯୁବରାଜ ଗହୀର ପରମାନନ୍ଦ ଘିବେଲା, ବରିଷ୍ଠ ବିଜେଡି ନେତା ଟିକେମନ ମାଝୀ, ଗୋବର୍ଦ୍ଧନ ବାଗ, ପବିତ୍ର ସାହୁ, ଶୋଭା ରାମ ପୁଟେଲ, ଦ୍ୱିତୀକୃଷ୍ଣ ଘିବେଲା ସୁଭାଷ ଛୁରା, ଦେବରାଜ ସାହୁ ସମେତ ଏହି ସଭାରେ ସ୍ୱର୍ଗୀୟ ଆୟୁବ ଖାଁ ଙ୍କ ସମର୍ଥକ ଓ ସ୍ନେହୀ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଇବ୍‌ ନଦୀରେ ବୁଡ଼ି ଦୁଇ ମୃତ

ଝାରସୁଗୁଡ଼ା, (୧୫/୦୬) : ଆପ୍ର : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ଣରେ ଗାଧୋଇ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ...

ଜମି ବିବାଦରୁ ବାପା, ସାବତ ମା’ଙ୍କୁ ବୀଭତ୍ସ ହତ୍ୟା

ବାଲିକୁଦା, (୧୫/୦୬) : ଆପ୍ର : ବାଲିକୁଦା ଥାନା ଅଳାଭର ପଞ୍ଚାୟତ ଅଧୀନ ତେରତାଙ୍ଗ ଗ୍ରାମରେ ଜମିଜମା ବିବାଦକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ...

ଘରେ ପଶିଗଲା ବାଲି ବୋଝେଇ ଟିପ୍ପର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ନବରଙ୍ଗପୁର, (୧୫/୦୬) : ଆପ୍ର : ଘରେ ପଶିଗଲା ବାଲି ବୋଝେଇ ଟିପ୍ପର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଦୁର୍ଘଟଣାରେ ଘର ସମ୍ପୂର୍ଣ୍ଣ...

ତୀର୍ଥଯାତ୍ରୀ ବସ ଦୁର୍ଘଟଣା, ଜଣେ ମୃତ

ସୋର, (୧୫/୦୬) : ଆପ୍ର : ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିଲାବେଳେ...