IPL ବେଟିଂ କରି ୮ ଗିରଫ, ୫ ଲକ୍ଷରୁ ଅଧିକ ଟଙ୍କା ଜବତ

Date:

Share post:

ଝାରସୁଗୁଡ଼ା, (୨୬/୦୫) : ଆପ୍ର : IPL ବେଟିଂ କରି ୮ ଗିରଫ । ଲୋକମାନେ ବର୍ତ୍ତମାନ ବହୁତ୍ ଠକ୍ ହେବାକୁ ଲାଗିଲେଣି । ଯେଉଁଠି ନଜର ପକାଇବୁ କିଛି ନା କିଛି ଠକାମି ନିଶ୍ଚତି ଚାଲିଥିବ ।

କିନ୍ତୁ ଝାରସୁଗୁଡ଼ାରେ ଦେଖାଦେଇଛି ଏକ ବଡ଼ ଘଟଣା, ଯେଉଁଥିରେ IPL ବେଟିଂ କରି ୮ ଜଣଙ୍କୁ ଗିରଫ କରାଯାଇଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀଛକ ଓ ରାମପୁର ଅଞ୍ଚଳର ଏକ ଭଡାଘରେ ଚାଲିଥିଲା IPL ବେଟିଂ। ମ୍ୟାଚ୍ ପାଇଁ ଅନଲାଇନ ମାଧ୍ୟମରେ ବିପୁଳ ଟଙ୍କାର ବେଟ୍ ଲାଗିଥିଲା । ବ୍ରଜରାଜନଗର ପୋଲିସର ଦୁଇଟି ଟିମ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି । ଏଥିସହ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ବୋଲି କୁହାଯାଉଛି । ଏଥିସହ ଅନଲାଇନରେ ୩ ଲକ୍ଷ ୭୦ ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଫ୍ରିଜ କରାଯାଇଛି । ଚଢାଉରେ୨ଟି ଲାପଟପ, ୪୧ଟି ମୋବାଇଲ ଫୋନ, ୨ଟି କାର ଜବତ କରିଛି ପୋଲିସ । IPL ବେଟିଂର ମାଷ୍ଟରମାଇଣ୍ଡ କିଏ ସେନେଇ ତଦନ୍ତ ଚଳାଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...