ସମ୍ବଲପୁର, (୧୨/୧୧) : ଆପ୍ର : ଦେବ୍ରିଗଡ଼ରେ ଚୋରା ଶିକାରୀଙ୍କ ଉପରେ ଚଢାଉ । ଦୁଇ ଶିକାରୀ ଗିରଫ, ଫାଶ ଓ ବିଦ୍ୟୁତ୍ ତାର ଜବତ ।
ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ରୋକିବାକୁ ବନ ବିଭାଗ ଓ ବରଗଡ଼ ପୋଲିସର ମିଳିତ ଚଢ଼ାଉ । ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅଭୟାରଣ୍ୟ ସଂଲଗ୍ନ ୫ଟି ଗାଁ’ରେ ଚାଲିଥିଲା କଡାକଡି ଯାଞ୍ଚ ଓ ଚଢ଼ାଉ। ଏଥିରେ ପ୍ରାୟ ୭୦ ଜଣ ବନ କର୍ମଚାରୀ ଓ ପୁଲିସ ସାମିଲ ହୋଇଥିଲେ । ଏହି ଅଭିଯାନରେ ରାଉତପଡ଼ା ଗାଁର ଘନଶ୍ୟାମ ମିର୍ଦ୍ଧା ଓ ସୁପ୍ରସାଦ ସୁଇ ନାମକ ଦୁଇ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ଫାଶ, ଜାଲ, ୩ କେଜି ବିଦ୍ୟୁତ୍ ତାର ଓ ୨ କେଜି କେବୁଲ ତାର ଜବତ ହୋଇଛି । ସୂଚନା ଅନୁସାରେ, କଲରାପତରିଆ ବାଘ ଶିକାର ପାଇଁ ଅଭିଯୁକ୍ତମାନେ ଅଭୟାରଣ୍ୟ ଭିତରେ ଫାଶ ବିଛାଇଥିଲେ । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଡ଼ିଏଫଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି ।

