Homelocalପାର୍ବଣ ଋତୁରେ ସୁରକ୍ଷା ସମ୍ବଲପୁରରେ କଡ଼ା ବ୍ୟବସ୍ଥା, ରାସ୍ତାଘାଟରେ ପୋଲିସ ପାଟ୍ରୋଲିଂ

ପାର୍ବଣ ଋତୁରେ ସୁରକ୍ଷା ସମ୍ବଲପୁରରେ କଡ଼ା ବ୍ୟବସ୍ଥା, ରାସ୍ତାଘାଟରେ ପୋଲିସ ପାଟ୍ରୋଲିଂ

ସମ୍ବଲପୁର, (୨୪/୦୯) : ଆପ୍ର : ପାର୍ବଣ ଋତୁକୁ ନଜରରେ ରଖି ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପାଟ୍ରୋଲିଂ ଆରମ୍ଭ କରାଯାଇଛି ।

ଆଗକୁ ଦୁର୍ଗାପୂଜା ଥିବାରୁ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ, ଏମଏମସି ଅଞ୍ଚଳରେ ଥିବା ୮ଟି ଥାନାକୁ ୪ଟି ଜୋନରେ ବିଭକ୍ତ କରାଯିବ । ପ୍ରତ୍ୟେକ ଜୋନରେ ପୋଲିସର ଗତିବିଧିକୁ ଅଧିକ ସୁସଂଗଠିତ କରାଯିବ । ଏଥିପାଇଁ ୧୬ଟି ବାଇକ୍‌ରେ ୩୨ ଜଣ ପୋଲିସ କର୍ମଚାରୀ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରିବେ । ବିଶେଷକରି ସହରର ସମ୍ବେଦନଶୀଳ ଅଞ୍ଚଳ, ବିଭିନ୍ନ ପଡ଼ା, ଛକ ଏବଂ ସଂକୀର୍ଣ୍ଣ ଗଳିଗୁଡ଼ିକରେ ପୋଲିସର ନଜର ରହିବ । ପାର୍ବଣ ସମୟରେ ଭିଡ଼ ବଢ଼ିବା ସହ ଯାତାୟାତ ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ, ସେଥିପାଇଁ ପୋଲିସ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ।

ଦୁର୍ଗାପୂଜା ସମୟରେ ମଣ୍ଡପ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଲୋକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯିବ । ପାର୍ବଣ ସମୟରେ ଲୋକମାନେ ଯେପରି ନିରାପଦରେ ପୂଜା ଓ ଉତ୍ସବରେ ସାମିଲ ହୋଇପାରିବେ, ତାହା ନିଶ୍ଚିତ କରିବା ପାଇଁ ସମ୍ବଲପୁର ପୋଲିସର ଏହି ସ୍ୱତନ୍ତ୍ର ପାଟ୍ରୋଲିଂ ବ୍ୟବସ୍ଥା ଜାରି ରହିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments