ଯାଜପୁର, (୧୨/୧୧) : ଆପ୍ର : କାଳୀପୂଜା ପାଇଁ ଯାଜପୁର ସହର ଉତ୍ସବ ମୁଖର । ସୁନ୍ଦର ଆଲୋକ ମାଳା ସହ ସୁସଜ୍ଜିତ ପେଣ୍ଡାଲ ।
ଚଳିତ ବର୍ଷ ୪୪ଟି ପୂଜା ମଣ୍ଡପରେ ଲକ୍ଷ୍ମୀ ନାରାୟଣ ଓ ଶ୍ୟାମା କାଳୀ ପୂଜା ପାଉଛନ୍ତି । ଯାଜପୁର ଆଦ୍ୟ କାଳି ଗରୁଡ଼ କାଳୀ ପୂଜା କମିଟି ପକ୍ଷରୁ ଏଥର ଆକର୍ଷଣ ସାଜସଜ୍ଜା ସହ ଚାନ୍ଦିର ମେଢ଼ ହୋଇଛି। ଶାନ୍ତି ଶୃଙ୍ଖଳାର ସହ ମାଆଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ପୋଲିସ ମୁତୟନ କରାଯାଇଥିବା ବେଳେ ସିସି ଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ମାଆ ଗରୁଡ଼ କାଳୀଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ସେହିପରି, କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ୧୦ଟି ପୂଜା ମଣ୍ଡପରେ ମାଆ କାଳୀଙ୍କୁ ପୂଜା ଆରାଧନା କରାଯାଉଛି। ଗତ ୩ ଦିନ ହେଲା ସବୁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଦର୍ଶକମାନେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆ କାଳୀଙ୍କୁ ଦର୍ଶନ କରୁଛନ୍ତି। ପାର୍ଶ୍ଵ ମୂର୍ତ୍ତି ଦେଖି ବେଶ ଖୁସି ହେଉଛନ୍ତି ଶ୍ରଦ୍ଧାଳୁ । ଏଥର ସାମାଜିକ ଓ ପୌରାଣିକ ବିଷୟ ବସ୍ତୁ ଉପରେ ପାର୍ଶ୍ଵ ମୂର୍ତ୍ତି ନିର୍ମାଣ କରାଯାଇଛି ।

