ଗୋପ, (୧୨/୧୧) : ଆପ୍ର : ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲେ ମାଆ । ପୁଅ ଉଦ୍ଧାର ହେଲା, କିନ୍ତୁ ମା ଚାଲିଗଲା । ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ଅଘଟଣ ।
କୁଶଭଦ୍ରା ନଦୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ । ଗୋପ ବ୍ଲକ ବଣିଆସାହିରେ ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ରାଉରକେଲାରୁ ଆସିଥିଲେ ସ୍ୱାଗତିକା ପୃଷ୍ଟି ଓ ତାଙ୍କ ପୁଅ । ଗ୍ରାମ ନିକଟସ୍ଥ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତାବଶତଃ ପୁଅର ଗୋଡ଼ ଖସିଯିବାରୁ ନଦୀ ଗର୍ଭକୁ ଚାଲିଯାଇଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ମାଆ ସ୍ୱାଗତିକା ନଦୀରେ ବୁଡ଼ି ଯାଇଥିଲେ । ପାଖରେ ଥିବା ସମ୍ପର୍କୀୟ ଓ ସ୍ଥାନୀୟଲୋକେ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । କିନ୍ତୁ ମାଆ ନିଖୋଜ ହୋଇଯାଇଥିଲେ । ଗୋପ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ପ୍ରାୟ ଏକ ଘଣ୍ଟା ଖୋଜାଖୋଜି କରିବା ପରେ ସ୍ୱାଗତିକାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

