ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ, ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Date:

Share post:

ଭୁବନେଶ୍ୱର, (୧୮/୦୬) : ଆପ୍ର : ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଭୀମପୁରରେ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା କରି ଭୀମପୁର କେନାଲ ପଠାରେ ଫିଙ୍ଗିଦେଲେ ଦୁର୍ବୃତ୍ତ ।

ମୃତ ଯୁବକ ପାହାଳ ଥାନା ଅନନ୍ତପୁର ଗାଁର ପ୍ରଭାତ ବେହେରା । ପ୍ରଭାତଙ୍କ ମୁଣ୍ଡ ଓ ମୁହଁରେ ଏକାଧିକ ଜାଗାରେ ଗଭୀର କ୍ଷତ ଚିହ୍ନ ରହିଛି । ସେ ଜଣେ ଟ୍ରକ ଓ ହାଇଓ୍ବା ଗାଡି ମାଲିକଙ୍କ ପାଖରେ କାମ କରନ୍ତି । ମୃତଦେହ ମିଳିଥିବା ସ୍ଥାନରୁ ଏକ ଗାଡି ମିଳିଛି । ସକାଳୁ ସକାଳୁ ମୃତଦେହ ଦେଖି ପୋଲିସ୍‌କୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ । କେହି ହତ୍ୟା କରି ପକାଇଥିବା ସନ୍ଦେହ କରାଯାଉଛି । ତେବେ ଭିଯୁକ୍ତକୁ ଗିରଫ ଦାବିରେ ପରିବାର ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ପୁଅକୁ ବାଡ଼େଇ ବାଡ଼େଇ ମାରିଦେଇଥିବା ଅଭିଯୋଗ ଆଣିଲେ ମୃତ ଯୁବକଙ୍କ ମାଆ ।

ସୂଚନା ଅନୁସାରେ ଗତ କିଛି ଦିନ ତଳେ ରାଜଧାନୀର କାରଗିଲ୍ ବସ୍ତିରେ ସାମାନ୍ୟ ବଚସାରୁ ବୁଲିଥିଲା ଖଣ୍ଡା । ଏହା ଉଗ୍ର ରୂପ ନେଇଥିବାରୁ ୨ ଗୁରୁତର ଆହତ ହୋଇଥିଲେ । ସେଥିରୁ ଜଗନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କୌଣସି କାରଣକୁ ନେଇ ଜଗନ ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ମାରପିଟର ରୂପ ନେବା ସହ ଅଭିଯୁକ୍ତ ଜଣକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା...

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...