Homelocalକାର୍ଯ୍ୟକାରୀ ହେଉନି ଜିଲ୍ଲାପାଳଙ୍କ ଆଦେଶ ,ମିଳିତ ଅଭିଯୋଗ ଶୁଣାଣିରେ ପୁରୁଣା ଅଭିଯୋଗ ଦୋହରାଇଲେ ଅଭିଯୋଗକାରୀ

କାର୍ଯ୍ୟକାରୀ ହେଉନି ଜିଲ୍ଲାପାଳଙ୍କ ଆଦେଶ ,ମିଳିତ ଅଭିଯୋଗ ଶୁଣାଣିରେ ପୁରୁଣା ଅଭିଯୋଗ ଦୋହରାଇଲେ ଅଭିଯୋଗକାରୀ

ବୋରିଗୁମ୍ମା, (୨୪/୮) : ଆପ୍ର : ବୋରିଗୁମ୍ମା ପଞ୍ଚାୟତ ସମିତି ସଭାଗୃହ ଠାରେରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ତଥା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 08 26 at 06.42.11

ଏହି ଅଭିଯୋଗ ଶିବିରରେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ବାସନ୍ତୀ ଶତପଥିଙ୍କ ଅଭିଯୋଗ ସମେତ ଏକାଧିକ ପୁନଃପୌନିକ ଅଭିଯୋଗ ଦାଖଲ ହୋଇଥିଲା ।କୋରାପୁଟ ଜିଲ୍ଲାରେ ୧୪ଟି ବ୍ଲକ୍ ରହିଥିବାରୁ ପ୍ରାୟ ୧୪ ସପ୍ତାହରେ ଥରେ ଜିଲ୍ଲାପାଳଙ୍କ ଅଭିଯୋଗ ଶିବିର ଅନୁଷ୍ଠିତ ହୁଏ ।ଏଥି ପୂର୍ବରୁ ଗତ ୧୮/୦୫/୨୦୨୬ ରିଖରେ ବୋରିଗୁମ୍ମାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ କିଛିି ଅଭିଯୋଗ ର ସମାଧାନ ଜିଲ୍ଲାପାଳଙ୍କ ଆଦେଶ ସତ୍ତ୍ଵେ ପାଳନ କରାଯାଇ ନ ଥିବାରୁ କ୍ଷୁବ୍ଧ ହୋଇ ଅଭିଯୋଗକାରୀ ମାନେ ଆଜି ପୁନର୍ବାର ଅଭିଯୋଗ କରିଛନ୍ତି । ଯଥା ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ କୁପିଆ ଗ୍ରାମବାସୀ ମିଥ୍ୟା ବିଲ୍ ସମ୍ପର୍କରେ ଏକ ଅଭିଯୋଗ ଗତ ମଇ ମାସ ୧୮ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ କରିଥିଲେ ।WhatsApp Image 2026 08 26 at 06.42.10

ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ୭ ଦିନ ମଧ୍ୟରେ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାରୁ ଆଦେଶ କରିଥିଲେ । କିନ୍ତୁ ଆଜି ସୁଦ୍ଧା ଆଦେଶ କାର୍ଯ୍ୟକାରୀ ହୋଇ ନଥିବା ଜଣା ପଡିଛି । ଠିକ୍ ସେହିପରି ପି ଗୁପ୍ତେଶ୍ଵର ରାଓ ବିଜୁଳି ସମସ୍ୟା ସମ୍ପର୍କରେ ଗତ ଶିବିରରେ ଅଭିଯୋଗ କରି ବ୍ ନିରାଶ ହେବା ପରେ ଆଜି ପୁନର୍ବାର ଅଭିଯୋଗ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏଥର ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ବାସନ୍ତୀ ଶତପଥି ମଧ୍ୟ ଏକ ଅଭିଯୋଗ ଦାଖଲ କରିଛନ୍ତି । ସାମାନ୍ୟ ବିଜୁଳୀ ତାର ଘର ଉପରେ ଯାଇଥିବା ସମ୍ପର୍କିତ ତାଙ୍କ ଅଭିଯୋଗ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଧୀକ୍ଷଣ ଯନ୍ତ୍ରୀ ପର୍ଯ୍ୟନ୍ତ କେହି ଶୁଣି ନାହାନ୍ତି ।

ତେଣୁ ବାଧ୍ଯ ହୋଇ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଆଜିର ଏହି ଅଭିନଯୋଗ ପ୍ରକୋଷ୍ଠରେ ଏଭଳି ଅନେକ ସମ୍ବେଦନ ଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ସମେତ ସମୁଦାୟ ୨୭ଟି ବ୍ୟକ୍ତିଗତ ଓ ୨୦ଟି ଗୋଷ୍ଠୀଗତ ଅଭିଯୋଗ ଦାଖଲ ହୋଇଥିବା ଜଣା ପଡିଛି । ଏହା ପରେ ୩୨ ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧ କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଏଥି ସହ ଭିନ୍ନକ୍ଷମ ମାନଙ୍କୁ ୨ ଟି କମୋଡ ଥିବା ହ୍ୱିଲ ଚେୟାର,୨ଟି କମୋଡ ଚେୟାର ତଥା ଭିନ୍ନକ୍ଷମ ଶିଶୁ ମାନଙ୍କୁ ୨ଟି ହ୍ୱିଲ ଚେୟାର ବଣ୍ଟନ କରିଥିବା ଜଣାପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments