Homelocalସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସଫଳତାର ସହ ଅନୁଷ୍ଠିତ

ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସଫଳତାର ସହ ଅନୁଷ୍ଠିତ

ରାୟଗଡ଼ା, (୧୪/୦୬) : ଆପ୍ର : ସାମାଜିକ ସଚେତନତା, ପରିବେଶ ସୁରକ୍ଷା ଓ ସ୍ୱାସ୍ଥ୍ୟସମ୍ପନ୍ନ ସମାଜ ଗଠନର ମହାନ ଉଦ୍ଦେଶ୍ୟକୁ ଆଗରେ ରଖି ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ଆଜି ଏକ ବ୍ୟାପକ “ସ୍ୱଚ୍ଛ ଭାରତ ଅଭିଯାନ” କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 06 14 at 10.51.09 1

ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଟି କ୍ଲବର ସମ୍ପାଦକ ୱାକର ଜଗନ୍ନାଥ ନାୟକଙ୍କ ବଳିଷ୍ଠ ନେତୃତ୍ୱରେ ଏବଂ ଉପସଭାପତି ୱାକର ଲାଲ ମୋହନ ବେହେରା ଓ ୱାକର ବିପ୍ରଚରଣ ବ୍ରହ୍ମାଙ୍କ ସୁଦକ୍ଷ ପରିଚାଳନାରେ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। କ୍ଲବର ସକ୍ରିୟ ସଦସ୍ୟ ଓ ସଦସ୍ୟାମାନଙ୍କ ସହିତ ବ୍ୟାଡମିଣ୍ଟନ ଅଭ୍ୟାସରତ କୁନି କୁନି ଭାଇଭଉଣୀମାନଙ୍କ ଉତ୍ସାହଭରା ସହଭାଗିତା କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ ଓ ସଫଳ କରିଥିଲା।

ଏହି ଅବସରରେ ୱାକର ଶ୍ରଦ୍ଧାନନ୍ଦ ଖାଡ଼ଙ୍ଗା, ପଦ୍ମନାଭ ତାଡିଙ୍ଗି, ଭି.ଜେ.ଆର. ପଟ୍ଟନାୟକ, ଏସ୍. ଆପଲ ରାଜୁ, ଟି.ଏନ୍. ରାଓ, ଏ. ତ୍ରିନାଥ ରାଓ, ଖିରୋଜ ପ୍ରଧାନ, ଗୋପୀନାଥ ନାୟକ, ଜଗଦୀଶ ଦାଶ ପ୍ରମୁଖଙ୍କ ସମେତ ପ୍ରାୟ ୧୬ରୁ ୨୦ ଜଣ ସଦସ୍ୟ ନିଷ୍ଠାର ସହ ଯୋଗଦାନ କରିଥିଲେ । ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ନିର୍ମଳ ରଖିବାର ସଂକଳ୍ପ ସହ ଆସନ୍ତା ୨୧ ଜୁନ ୨୦୨୬ ବିଶ୍ୱ ଯୋଗ ଦିବସ ପାଳନକୁ ଦୃଷ୍ଟିରେ ରଖି ସାଇପ୍ରିୟା ବ୍ୟାଡମିଣ୍ଟନ ପଡ଼ିଆକୁ ସଫାସୁତୁରା କରାଯାଇଥିଲା । ଏହା ସହିତ ପଡ଼ିଆରେ ପାଣି ସିଞ୍ଚନ କରାଯାଇ ଯୋଗ ଦିବସ ପାଇଁ ଉପଯୁକ୍ତ ଭାବେ ପ୍ରସ୍ତୁତ କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷରେ କ୍ଲବର ବରିଷ୍ଠ ସଦସ୍ୟ ୱାକର ଏସ୍. ଆପଲ ରାଜୁ ପଡ଼ିଆର ଉନ୍ନତି ନିମନ୍ତେ ନିଜ ଖୁସିରେ ଯଥାଶୀଘ୍ର ଆର୍ଥିକ ଓ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ସେହିପରି ଅନ୍ୟ ସଦସ୍ୟମାନେ ମଧ୍ୟ ବିଶ୍ୱ ଯୋଗ ଦିବସର ସଫଳ ଆୟୋଜନ ପାଇଁ ସର୍ବାତ୍ମକ ସହଯୋଗ ଓ ସମର୍ଥନର ଆଶ୍ୱାସନା ଦେଇଥିଲେ । ଶେଷରେ କ୍ଲବର ସମ୍ପାଦକ ୱାକର ଜଗନ୍ନାଥ ନାୟକ ସ୍ୱଚ୍ଛ ଭାରତ ଅଭିଯାନର ସଫଳ ରୂପାୟନ ପାଇଁ ସମସ୍ତ ସଦସ୍ୟ, ସଦସ୍ୟା ଓ ସହଯୋଗୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କ ମତ ଥିଲା ଯେ, ଏଭଳି ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ସମାଜରେ ସ୍ୱଚ୍ଛତା, ଏକତା ଓ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରସାର କରିବାରେ ସହାୟକ ହେବ l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments