Homelocalରାୟଗଡାରେ ମାଓବାଦୀ ଡମ୍ପରୁ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

ରାୟଗଡାରେ ମାଓବାଦୀ ଡମ୍ପରୁ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

ରାୟଗଡା, (୧୪/୦୬) : ଆପ୍ର : ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ରାୟଗଡା ପୋଲିସ ପକ୍ଷରୁ ଅମ୍ବାଦଳା ଥାନା ଅଧୀନସ୍ତ ଜଗଦଲପୁର ଆଉଟପୋଷ୍ଟ ଅଞ୍ଚଳର ଢେପାଗୁଡା ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା ।WhatsApp Image 2026 06 14 at 18.00.54

ଡିଭିଏଫ ଓ ଏସଓଜି ଯବାନଙ୍କ ସହଯୋଗରେ ଚାଲିଥିବା ଏହି ଅଭିଯାନରେ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଡମ୍ପ ଠାବ କରାଯାଇଛି । ପରେ ବୋମା ନିଷ୍କ୍ରିୟକରଣ ଦଳ ତଲାସି କରି ଏକ 303 ରାଇଫଲ, ୩୭ ରାଉଣ୍ଡ ଗୁଳି, ମ୍ୟାଗାଜିନ, ଚାର୍ଜର କ୍ଲିପ, କର୍ଡେକ୍ସ ତାର, ଗନପାଉଡର, ମାଓବାଦୀ ସାହିତ୍ୟ ସମେତ ବହୁ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରିଛନ୍ତି । ଜବତ ସାମଗ୍ରୀ ମାଓବାଦୀଙ୍କର ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ୍ ପ୍ରସାଦ କହିଛନ୍ତି । ପୋଲିସ ସୂଚନା ଅନୁଯାୟୀ, ଜାନୁଆରୀ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟ କମିଟି ସଦସ୍ୟ ନିଖିଲ ଓ ଇନ୍ଦୁଙ୍କ ସମେତ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ରୋକିବା ପାଇଁ ସର୍ଚ୍ଚ ଓ କମ୍ବିଂ ଅପରେସନ ଜାରି ରହିଛି । ଆଗାମି ଦିନରେ ଯେ କୌଣସି ପ୍ରକାର ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ଦମନ କରିବା ପାଇଁ ଜିଲ୍ଲା ପୁଲିସ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments