ଜାଲ୍ ସାର୍ଟିଫିକେଟରେ ଠିକାରେ ଷ୍ଟାଫ୍ର ନର୍ସ ନିଯୁକ୍ତିରେ ବଡ଼ ଘୋଟାଲା, ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ

Date:

Share post:

ଅନୁଗୁଳ, (୧୩/୦୬) : ଆପ୍ର : ତାଳଚେର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରେ ଜାଲ୍ ସାର୍ଟିଫିକେଟରେ ଶତାଧିକ ଷ୍ଟାଫ୍ ନର୍ସଙ୍କୁ ନିଯୁକ୍ତି ଦେଇ ରୋଗୀଙ୍କ ଜୀବନ ସହ ଖେଳିଥିବା ଠିକା ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର ଠିକାସଂସ୍ଥା ଝାଡ଼ଖଣ୍ଡର ‘ମେସର୍ସ କମାଣ୍ଡୋ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଲିମିଟେଡ’କୁ ସ୍ଥାୟୀ ଭାବରେ ନିଷିଦ୍ଧ ଏବଂ କଳା ତାଲିକାଭୁକ୍ତ କରିଛନ୍ତି । ଘଟଣାର ଗମ୍ଭୀରତା, ବିଶ୍ଵାସ ଭଙ୍ଗ ଏବଂ ଜନସ୍ବାସ୍ଥ୍ୟ ପ୍ରତି ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜାଲ୍ ସାର୍ଟିଫିକେଟ୍ ରେ ଠିକାରେ ଷ୍ଟାଫ୍ର ନର୍ସ ନିଯୁକ୍ତି ଘଟଣା ପଦାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଏମ୍ ସିଏଲ୍ ପକ୍ଷରୁ ତଦନ୍ତ ଚାଲୁ ରହିଛି ।

ନିକଟରେ ସ୍ବତନ୍ତ୍ର ତଦନ୍ତ କମିଟି ଦ୍ବାରା ଷ୍ଟାଫନର୍ସମାନଙ୍କ ପ୍ରମାଣପତ୍ର ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ସମୟରେ ମୋଟ୍ ୨୮୭ ଜଣ ଷ୍ଟାଫନର୍ସଙ୍କ ମଧ୍ୟରୁ ୧୦୬ ଜଣ ଜାଲ୍ ପ୍ରମାଣପତ୍ରରେ ନିଯୁକ୍ତି ପାଇଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଷ୍ଟାଫ୍ ନର୍ସ ମାନେ ଘଟଣା ପଦାକୁ ଆସିବା ଦିନଠୁ ଡ୍ୟୁଟିରେ ଅନୁପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ବିଦା କରାଯାଇଛି। ଗତକାଲି ସ୍ବତନ୍ତ୍ର ତଦନ୍ତ କମିଟି ଯାଞ୍ଚ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...