Homelocalମଦ ବନ୍ଦ ପାଇଁ ବିନିକା ଅବକାରୀ ଥାନା ଘେରିଲେ ମହିଳା

ମଦ ବନ୍ଦ ପାଇଁ ବିନିକା ଅବକାରୀ ଥାନା ଘେରିଲେ ମହିଳା

ସୁବର୍ଣ୍ଣପୁର, (୦୨/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅବକାରୀ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନାର ଅନ୍ଧାରିବାଞ୍ଜି ଗ୍ରାମର ଶତାଧିକ ମହିଳା ଆଜି ସୋମବାର ଅପରାହ୍ନ ୪ ଟା ସମୟରେ ଅବକାରୀ କାର୍ଯ୍ୟାଳୟ କୁ ପହଂଚିଥିଲେ ।WhatsApp Image 2026 11 03 at 11.14.26

କାର୍ଯାଳୟ ରେ ତାଲା ପଡିଥିବାରୁ ହୋ ହାଲ୍ଲା କରିବା ସହିତ ଦୀର୍ଘ ସମୟ ଧରି କାର୍ଯାଳୟ ସମ୍ବୁଖରେ ଜଗି ରହିଥିଲେ । ମହିଳାଙ୍କ କହିବା ଅନୁଯାଇ ୪ ୱାର୍ଡ ବିଶିଷ୍ଟ ଅନ୍ଧାରିବାଞ୍ଜି ଗ୍ରାମରେ ପ୍ରାୟ ୧୦ ଟିରୁ ଅଧିକ କୁଚିଆ ମଦ, ଦେଶୀ, ବିଦେଶୀ ଦୋକାନ, ଗଞ୍ଜେଇ, କଫସିରଫ ଆଦି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ବିକ୍ରି କରାଯାଉଛି । ଯାହାଫଳରେ ସ୍ୱାମୀ ମାନେ ମଦ ପିଇ ଘରେ ଗଣ୍ଡଗୋଳ କରୁଛନ୍ତି ମାଡ଼ ମାରୁଛନ୍ତି କମଳମତି ବାଳକ ମାନେ ମଧ୍ୟ ମଦ ପିଉଛନ୍ତି । ଏମିତିକି ନିଜ ରୋଜଗାର ଟଙ୍କା ମଦ ପିଇବା ସଙ୍ଗେ ସଙ୍ଗେ ଘରର ଧାନ, କଂସା ବାସନ ମଧ୍ୟ ବିକ୍ରି କରି ମଦ ପିଇବାରେ ଉଡାଉଛନ୍ତି । ମଦ୍ୟପ ଙ୍କ ଅତ୍ୟାଚାର ପାଇଁ ମହିଳାମାନେ ନଳକୂପକୁ ପାଣି ନେଇ ଯିବାକୁ ଡରୁଛନ୍ତି । ଛାତ୍ରୀ ମାନେ ପାଠ ପଢି ବାକୁ ଯିବା ଆସିବା ପାଇଁ ଭୟ କରୁଛନ୍ତି । ଅନେକ ପୁରୁଷ ମଦ ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି ଏବଂ କେତେଜଣ ମୃତ୍ୟୁ ବରଣ କରିଥିବା ନଜିର ରହିଛି । ମହିଳା ମାନେ ଭୟ ରେ ରହୁଥିବା ପ୍ରକାଶ କରିଛନ୍ତି । ସେଥିପାଇଁ ଗାଁ’ରେ ମଦ ବନ୍ଦ,ଗଞ୍ଜେଇ ଆଦି ନିଶା ଦ୍ରବ୍ୟ ବିକ୍ରି ବନ୍ଦ କରିବା ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି ।

ଗତକାଲି ରବିବାର ଦିନ ଅନ୍ଧାରିବାଞ୍ଜି ଗ୍ରାମର ଶତାଧିକ ମହିଳା ରାମପୁର ଥାନାକୁ ଯାଇ ଏକ ଦାବିପତ୍ର ଦେଇଥିଲେ ଏବଂ ରାମପୁର ଥାନା ଅଧିକାରୀଙ୍କ ପରାମର୍ଶ କ୍ରମେ ଆଜି ବିନିକା ଅବକାରୀ ଥାନାର ଦ୍ୱାରସ୍ଥ ହୋଇଥିଲେ l ଯଦି ଯଥାଶୀଘ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଅନଯାଏ ତେବେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର କୁ ଯିବୁ ଏବଂ ରାଜରାସ୍ତା କୁ ଓହ୍ଲେଇବୁ ବୋଲି କହିଛନ୍ତି l

ଏଥିରେ ଅନ୍ଧାରିବାଞ୍ଜି ସରପଞ୍ଚ ତେଜମାୟୀ ସାହୁ, ୱାର୍ଡ ସଭ୍ୟା ବନିତା ବରିହା, ସରସ୍ବତୀ ସେଠ, ଅହଲ୍ୟା ବେହେରା, ନମିତା ନାଏକ, ଦୀପା ପଧାନ, ଗାୟିତ୍ରୀ ତାଣ୍ଡି, ରାଧା ତାଣ୍ଡି, ସରୋଜନୀ ମହାନନ୍ଦ, ମମତା ସୁନା, ସୀମା ମହାନନ୍ଦ, ସୁଜାତା ତାଣ୍ଡି, ଅର୍ଣ୍ଣପୂର୍ଣା ତାଣ୍ଡି, ତପସ୍ୱିନୀ ସୁନା, ଚାର ପଧାନ, ମୋହିନୀ ପଧାନ, ଯଶୋଦା ପଧାନ, ଉଷା ପାତ୍ର ଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments