Homebreaking newsକଲ୍ୟାଣସିଂହପୁରରେ ବଲାଙ୍ଗୀର ପୁଲିସର ରେଡ୍ , ମିଳିଲା ବିପୁଳ ପରିମାଣର ସୁନା, ରୂପା

କଲ୍ୟାଣସିଂହପୁରରେ ବଲାଙ୍ଗୀର ପୁଲିସର ରେଡ୍ , ମିଳିଲା ବିପୁଳ ପରିମାଣର ସୁନା, ରୂପା

କଲ୍ୟାଣସିଂହପୁର, (୨୭/୦୮) : ଆପ୍ର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗାଁ’ରେ ବଲାଙ୍ଗୀର ପୁଲିସର ବଡ଼ ଧରଣର ରେଡ୍ ହୋଇଛି ।

ବିଭିନ୍ନ ଜିଲ୍ଲାରେ ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ ବେଳେ ପୁଲିସ ଏହି ଚଢ଼ାଉ କରି ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ ଜବତ ସୁନା ଓ ରୁପା ସାମଗ୍ରୀର ଓଜନ ପ୍ ୫ କିଲୋରୁ ଅଧିକ ପରିମାଣର ହୋଇପାରେ । ତେବେ ସଠିକ୍ ଓଜନ ଓ ମୂଲ୍ୟ ସମ୍ପର୍କରେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ସୂଚନା ମିଳିନାହିଁ ।

ପୂର୍ବରୁ କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗ୍ରାମର ୨ ଜଣ ବରବିଲ ନାୟକ (ବାଗ) ଏବଂ ରାଜେଶ ବାଗଙ୍କୁ ଅଟକ ରଖି ପଚରାଉଚରା ପରେ ଆଜି ସମ୍ପୃକ୍ତ ଘଟଣାକୁ ନେଇ ସେହି ଦୁଇଜଣଙ୍କ ଘର ସହିତ କାଶୀପୁର ଥାନା ଗଡିବାଲି ପଞ୍ଚାୟତ ପଣସଗୁଡା ଗ୍ରାମର ହରିଶ୍ଚନ୍ଦ୍ର ନାଏକ ଓ ଅନ୍ୟ ଜଣେ ଅପରିଚିତ ଯୁବକଙ୍କୁ ଘରୁ ଉଠାଇ ନେବା ସହ ପୁଲିସ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ନ କରି ଅନୁସନ୍ଧାନ ପରେ ତଥ୍ୟ ପ୍ରଦାନ କରାଯିବା କହି ବଲାଙ୍ଗୀର ପୁଲିସ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନେକ ଚୋର ଫେରାର ଥିବା ମଧ୍ୟ ପୁଲିସପକ୍ଷରୁ ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments