ପିଏମଶ୍ରୀ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

Date:

Share post:

ଗଞ୍ଜାମ, (୦୭/୦୬) : ଆପ୍ର : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ତରଫରୁ ପ୍ରଥମେ କୁମାରୀ ସ୍ଥିତ ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ ରେ ବନ ବିଭାଗ ଅଧିକାରୀ ଷ୍ଟାଫ ଓ ସ୍କୁଲର ନିର୍ଦେଶକ ସୁନୀଲ କୁମାର ମହାନ୍ତି ଅନ୍ୟନ୍ୟ ଷ୍ଟାଫ ଏବଂ ଛାତ୍ର, ଛାତ୍ରୀଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ ସହିତ ପରିବେଶ ଦିବସ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ ।

ଏହାପରେ ପିଏମଶ୍ରୀ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସଙ୍ଗୀତା ସେଠୀଙ୍କ ସମେତ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ମିଳିତ ସଂଯୋଜନା ରେ ଏମପି ଏନଏସି ପ୍ରତିନିଧି ବିଶ୍ୱ ଭୂଷଣ ମହାପାତ୍ର, କାଉନ ସିଲର ଭାସ୍କର ବେହେରା ଙ୍କ ଅନ୍ୟ କାଉନ ସିଲର , ଓ ବିଭାଗୀୟ ସମସ୍ତ କର୍ମଚାରୀ, ଯେଇ ରାମଚନ୍ଦ୍ର ପିଙ୍ଗୁଆ, ଯେଇ ପବିତ୍ରା ପ୍ରଧାନ, ସି ଓ ରଞ୍ଜିତା ପଣ୍ଡା, ସାନିଟାରାଇଜର ଏକ୍ସପୋର୍ଟ ସତୀଶ କୁମାର ପାଣିଗ୍ରାହୀ, ବଳିଆ, ସନ୍ତୋଷ, ସତୀଶ ଓ ମହିଳା ଷ୍ଟାଫ ଙ୍କ ସହ ସ୍ୱଚ୍ଛ ସାଥୀ ସମସ୍ତ ଷ୍ଟାଫ କର୍ମଚାରୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ସାହୁ, ଓ ଅନ୍ୟନ୍ୟ ଷ୍ଟାଫ, ଅନ୍ୟାନ୍ୟ ସ୍କୁଲର ଶିକ୍ଷକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହିତ ସେଠାରେ ଥିବା ବିଭିନ୍ନ୍ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା ବାର୍ତ୍ତା ଦେଇଥିଲେ ।

ଵୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେଇ ସମସ୍ତେ ବୃକ୍ଷରୋପଣ କରିବା ପାଇଁ ଅନୁରୋଧ କରି ଥିଲେ । ଏଥି ସହିତ ବିଦ୍ୟାଳୟଶ୍ରୀରାମ ଆଦର୍ଶ ଶିକ୍ଷାନୀ କେତନ ଦ୍ୱାରା ସେହି ପରିସର ମଧ୍ୟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ଦ୍ୱାରା ପରିବେଶ ସୁରକ୍ଷା ଉପରେ ବୃକ୍ଷର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସହ ଦଶମ ଓଦ୍ୱାଦଶ ଶ୍ରେଣୀର ବ୍ଳକ ଟପ୍ପର ପ୍ରତିଭା ଛାତ୍ର, ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅୟୋଜନ ଅନୁଷ୍ଠାନ ର ମୁଖ୍ୟ ଶ୍ରୀରାମ ଚନ୍ଦ୍ର ପଣ୍ଡା ଙ୍କ ତତ୍ୱା ବାଧନ ରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଏବିଇଓ/ ବିଆରସିସି ବିଜୟ ଚନ୍ଦ୍ର ବେହେରା ଉପସ୍ଥିତ ରହି ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା ଅଠର ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ସମ୍ମାନିତ କରିଥିଲେ ।

ଏଥି ସହିତ ସାନଖେମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଆଡପଡା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତଥା ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ସମାଜସେବୀ ସନ୍ତୋଷ କୁମାର ଚର୍ଚ୍ଚୀଙ୍କୁ ତାଙ୍କର ଉତ୍ତମ ଜନସେବା, ଶିକ୍ଷା ଓ ସମାଜସେବା ପାଇଁ ସମ୍ୱର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାକୁ ନେଇ ସଂସ୍କୃତ ଶିକ୍ଷକ ସନ୍ତୋଷଙ୍କର ଅଭିନବ ଉପାୟରେ ସୁନ୍ଦର ନୃତ୍ୟ ମାଧ୍ୟମରେ ପିଲାମାନଙ୍କୁ ଦିଆ ଯାଇଥିବା ସଚେତନତା ବାର୍ତ୍ତା ବେଶ ହୃଦୟସ୍ପର୍ଶୀ ହୋଇ ପାରିଥିଲା।

LEAVE A REPLY

Please enter your comment!
Please enter your name here

spot_img

Related articles

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ, ମୃତଦେହକୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍ ଟିମ୍

ରାଉରକେଲା, (୦୭/୦୬) : ଆପ୍ର : ନିଖୋଜ ଯୁବକର ମୃତଦେହ ଉଦ୍ଧାର । ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ । ରାଉରକେଲା ରଘୁନାଥପାଲି...

ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସର ବଡ଼ ସଫଳତା

ବଲାଙ୍ଗିର, (୦୭/୦୬) : ଆପ୍ର : ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ବଡ଼ ସଫଳତା । ସହରର ସ୍ମାର୍ଟ ପାର୍କ ନିକଟସ୍ଥ...

‘ଆୟୁଷ୍ମାନ’ ହିତାଧିକାରୀଙ୍କଠୁ ଅର୍ଥ ନେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, (୦୭/୦୬) : ଆପ୍ର : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର...

ଫାଟିଲା ଚକା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କାମାକ୍ଷାନଗର, (୦୭/୦୬) : ଆପ୍ର : ଫାଟିଲା ଚକା, ଓଲଟିଲା ଗାଡ଼ି । କଥାଟି ଆଶ୍ଚର୍ଯ୍ୟ ଲାଗୁଛି କି? ହଁ ଅଜ୍ଞା ଏହିପରି ଘଟଣା...