Homelocalହାତୀ ଆତଙ୍କ , ଭୟରେ ଗ୍ରାମବାସୀ

ହାତୀ ଆତଙ୍କ , ଭୟରେ ଗ୍ରାମବାସୀ

ଗୁଣପୁର, (୯/୮) : ଆପ୍ର : ଗତ ଦୁଇ ଦିନ ହେଲା ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଗୋଠଳପଦର ପଞ୍ଚାୟତ ଅନ୍ତର୍ଗତ କୁକୁରୁଗୁଡା ଗ୍ରାମ ରେ ଚାରି ଟିକିଆ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।

ଗଜପତି ଜିଲ୍ଲା ରେ ଆତଙ୍କ ସୃଷ୍ଟି କରିଥିବା ଏହି ହାତୀପଲ ଖାଦ୍ୟ ଅନ୍ବେଷଣରେ ଏଠାକୁ ଚାଲିଆସିଥିବା ବନ ବିଭାଗ ସୂଚନା ଦେଇଛି । ଦିନସାରା ଏହି ହାତୀମାନେ ଗ୍ରାମ ନିକଟସ୍ଥ କାଜୁ ବଗିଚାରେ ରହୁଥିବା ବେଳେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବର୍ତ୍ତମାନ ଚାଷବାସ ର ସମୟ ହୋଇଥିବାରୁ ଏହି ହାତୀପଲ ଯୋଗୁଁ ସବୁ କାମ ବନ୍ଦ ପଡ଼ିଛି । ବନ ବିଭାଗ କର୍ମଚାରୀ ମାନେ ନିୟମିତ ଭାବେ ତଦାରଖ କରୁଥିବା ବେଳେ ରାତି ହେଲେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ବିଦ୍ୟୁତ୍ ବିଛିନ୍ନ କରିଦେଉଛନ୍ତି ।

ଫଳରେ ଅନ୍ଧାର ଯୋଗୁଁ କେତେବେଳେ କଣ ଅଘଟଣ ଘଟିବ, ସେ ଭୟରେ ଗ୍ରାମବାସୀ । ହାତୀ ଙ୍କ ଗତିବିଧି ଉପରେ ତିକ୍ଷ୍ନ ଦୃଷ୍ଟି ରହିଥିବା ସହ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଚାଲିଥିବା ଵନ କର୍ମଚାରୀ ପୁର୍ଣ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ହାତୀପଲ ଜଗନ୍ନାଥପୁର ପଞ୍ଚାୟତ କତାଗୁଡା ଓ ରାମନଗୁଡା ଅଞ୍ଚଳରେ ଥିବା ଦେଖାଯାଇଛି । ଜଙ୍ଗଲ ନଷ୍ଟ ହାତୀ ଉପଦ୍ରବ ର ମୂଖ୍ୟ କାରଣ । ଆମେ ତାର ଘର ଅର୍ଥାତ୍ ଜଙ୍ଗଲକୁ ନଷ୍ଟ କରିଦେଉଛୁ ତେଣୁ ସେ ଆଜି ଆମ ଦୁଆରକୁ ଆସିବାକୁ ବାଧ୍ୟ ହେଉଛି । ଜଙ୍ଗଲ ନଷ୍ଟ ହେବା କାରଣରୁ ବନ୍ୟଜନ୍ତୁ ମାନେ ନିଜ ବାସସ୍ଥାନ ଓ ଖାଦ୍ୟ ହରାଇ ଜନବସତି ଆଡ଼କୁ ମୁହାଁଉଛନ୍ତି । ଏହା ସେମାନଙ୍କ ଆକ୍ରମଣ ନୁହେଁ ବରଂ ପ୍ରକୃତିର ପ୍ରତିଶୋଧ ଏବଂ ଏକ ମୂକ ଜୀବର ଅସହାୟତା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments