Homelocalହାତୀ ଆତଙ୍କ , ଭୟରେ ଗ୍ରାମବାସୀ

ହାତୀ ଆତଙ୍କ , ଭୟରେ ଗ୍ରାମବାସୀ

ଗୁଣପୁର, (୯/୮) : ଆପ୍ର : ଗତ ଦୁଇ ଦିନ ହେଲା ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଗୋଠଳପଦର ପଞ୍ଚାୟତ ଅନ୍ତର୍ଗତ କୁକୁରୁଗୁଡା ଗ୍ରାମ ରେ ଚାରି ଟିକିଆ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।WhatsApp Image 2026 08 09 at 09.00.05 1

ଗଜପତି ଜିଲ୍ଲା ରେ ଆତଙ୍କ ସୃଷ୍ଟି କରିଥିବା ଏହି ହାତୀପଲ ଖାଦ୍ୟ ଅନ୍ବେଷଣରେ ଏଠାକୁ ଚାଲିଆସିଥିବା ବନ ବିଭାଗ ସୂଚନା ଦେଇଛି । ଦିନସାରା ଏହି ହାତୀମାନେ ଗ୍ରାମ ନିକଟସ୍ଥ କାଜୁ ବଗିଚାରେ ରହୁଥିବା ବେଳେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବର୍ତ୍ତମାନ ଚାଷବାସ ର ସମୟ ହୋଇଥିବାରୁ ଏହି ହାତୀପଲ ଯୋଗୁଁ ସବୁ କାମ ବନ୍ଦ ପଡ଼ିଛି । ବନ ବିଭାଗ କର୍ମଚାରୀ ମାନେ ନିୟମିତ ଭାବେ ତଦାରଖ କରୁଥିବା ବେଳେ ରାତି ହେଲେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ବିଦ୍ୟୁତ୍ ବିଛିନ୍ନ କରିଦେଉଛନ୍ତି ।WhatsApp Image 2026 08 09 at 09.00.06

ଫଳରେ ଅନ୍ଧାର ଯୋଗୁଁ କେତେବେଳେ କଣ ଅଘଟଣ ଘଟିବ, ସେ ଭୟରେ ଗ୍ରାମବାସୀ । ହାତୀ ଙ୍କ ଗତିବିଧି ଉପରେ ତିକ୍ଷ୍ନ ଦୃଷ୍ଟି ରହିଥିବା ସହ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଚାଲିଥିବା ଵନ କର୍ମଚାରୀ ପୁର୍ଣ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ହାତୀପଲ ଜଗନ୍ନାଥପୁର ପଞ୍ଚାୟତ କତାଗୁଡା ଓ ରାମନଗୁଡା ଅଞ୍ଚଳରେ ଥିବା ଦେଖାଯାଇଛି । ଜଙ୍ଗଲ ନଷ୍ଟ ହାତୀ ଉପଦ୍ରବ ର ମୂଖ୍ୟ କାରଣ । ଆମେ ତାର ଘର ଅର୍ଥାତ୍ ଜଙ୍ଗଲକୁ ନଷ୍ଟ କରିଦେଉଛୁ ତେଣୁ ସେ ଆଜି ଆମ ଦୁଆରକୁ ଆସିବାକୁ ବାଧ୍ୟ ହେଉଛି । ଜଙ୍ଗଲ ନଷ୍ଟ ହେବା କାରଣରୁ ବନ୍ୟଜନ୍ତୁ ମାନେ ନିଜ ବାସସ୍ଥାନ ଓ ଖାଦ୍ୟ ହରାଇ ଜନବସତି ଆଡ଼କୁ ମୁହାଁଉଛନ୍ତି । ଏହା ସେମାନଙ୍କ ଆକ୍ରମଣ ନୁହେଁ ବରଂ ପ୍ରକୃତିର ପ୍ରତିଶୋଧ ଏବଂ ଏକ ମୂକ ଜୀବର ଅସହାୟତା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments