Homelocalଇକାର୍ଡା ପକ୍ଷରୁ ବିହନ ବିତରଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଇକାର୍ଡା ପକ୍ଷରୁ ବିହନ ବିତରଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଗୁଣପୁର, (୯/୮) : ଆପ୍ର : ଆନ୍ତର୍ଜାତିକ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା) ଏବଂ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ବ୍ଲକର ରୂପାପଦର ଗ୍ରାମରେ ବର୍ଷା ଦିନିଆ ହରଡ ଚାଷ ପାଇଁ ହରଡ ବିହନ ବିତରଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 08 09 at 09.00.07 1

ଇକାର୍ଡା ର ଜିଲ୍ଲା ସଂଯୋଜକ ଓ ଵ୍ଲକ ସଂଯୋଜକ ଭଗବାନ ଗୌଡ଼ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକ ର କୃଷି ଅଧିକାରୀ ଓ ଗ୍ରାମ କୃଷି କର୍ମଚାରୀ ପ୍ରଦୀପ କୁମାର ରତ୍ନାଲୁ ଯୋଗଦେଇ କୃଷକ ମାନଙ୍କୁ ହରଡ ଚାଷ ସମ୍ପର୍କରେ ଉନ୍ନତ ଜ୍ଞାନକୌଶଳ ପ୍ରଦାନ କରିଥିଲେ । ଅଧିକ ଅମଳ ପାଇବାପାଇଁ ଉନ୍ନତ ବିହନର ଉପଯୋଗୀତା , ଧାଡ଼ିରେ ଶୁଣିବା , ବିହନ ବିଶୋଧନ , ସାର ପ୍ରୟୋଗ , କୀଟନାଶକ ଔଷଧ ଓ ଘାସମରା ଔଷଧ ବ୍ୟବହାର ଆଦି ବିଷୟରେ ବିଶଦ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ରୂପାପଦର ଗ୍ରାମର ପ୍ରାୟ ୪୦ ଜଣ କୃଷକଙ୍କୁ ଉନ୍ନତ କିସମର ହରଡ ବିହନ ପ୍ରଦାନ କରାଯାଇଥିଲା ।

ଉପସ୍ଥିତ କୃଷକ ମାନେ ଚକ ଭିତ୍ତିରେ ହରଡ ଚାଷ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିହନ ବିଶୋଧନ ପାଇଁ ଔଷଧ , ଜୀବାଣୁ ସାର , ଅଣୁସାର , ଘାସମରା ଔଷଧ ଓ ଜୀବନାଶକ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି ଇକାର୍ଡା ର କ୍ଷେତ୍ର ପ୍ରତିନିଧି ଭଗବାନ ଗୌଡ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ଼ ମେମ୍ବର , କୃଷକ ସାଥୀ ଓ କୃଷି କର୍ମଚାରୀ ପ୍ରଦୀପ କୁମାର ରତ୍ନାଲୁ ଉପସ୍ଥିତ ରହି କୃଷକ ମାନଙ୍କୁ ହରଡ ଚାଷ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments