ଗୁଣୁପୁର : ୧୦/୮/୨୬ : ଭାରତ ବର୍ଷରେ ଅଗଷ୍ଟ ୨୩ ତାରିଖ କୁ ଜାତୀୟ ଅନ୍ତରୀକ୍ଷ ଦିବସ ଭାବେ ପାଳନ କରାଯାଉଛି । ଗର୍ଵର ବିଷୟ ଏହିକି ଚଳିତ ବର୍ଷ ଓଡ଼ିଶାର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ ଟି ବିଶ୍ବବିଦ୍ୟାଳୟକୁ ଚୟନ କରାଯାଇଛି । ଶ୍ରୀହରିକୋଟା ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସତୀଶ ଧାୱନ ସ୍ପେସ ସେଣ୍ଟର ଓ ଜି ଆଇ ଇ ଟି ବିଶ୍ବବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଦୁଇଦିନିଆ ଜାତୀୟ ଅନ୍ତରୀକ୍ଷ ଦିବସ ପାଳିତ ହୋଇଯାଇଛି ।
ଏହି ଦିବସରେ ଇସ୍ରୋର ବିଭିନ୍ନ ରକେଟ ମଡେଲ ଏବଂ ଚନ୍ଦ୍ରୟାନ -୩ ର ସଫଳ ପ୍ରେରିତ ବିଷୟରେ ଏକ ପ୍ରଦର୍ଶନ ମେଳା ଉଦଘାଟନ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଇସ୍ରୋର ବିଶେଷ ବୈଜ୍ଞାନିକ ତଥା ଉପ ନିର୍ଦ୍ଦେଶକ ଡ଼ଃ ଟି ଭି ରାମାନା ରେଡ୍ଡୀ ଓ ବିଶ୍ୱବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗଦେଇ ପ୍ରଦର୍ଶନୀ ମେଳା ଶୁଭ ଉଦଘାଟନ କରିଥିଲେ । ପରେ ବିଶ୍ଵବିଦ୍ୟାଳୟର ମେଗା ଅଡିଟୋରିଅମ ଉଦଘାଟନୀ ସଭା ଆୟୋଜନ କରାଯାଇଥିଲା ।ଏଥିରେ ବିଶେଷ ବୈଜ୍ଞାନିକ ତଥା ଉପ ନିର୍ଦ୍ଦେଶକ ଡ଼ଃ ଟି ଭି ରାମାନା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ବିକାଶ ଧାରାରେ ଜଣେ ବୈଜ୍ଞାନିକଙ୍କ ଗୁରୁତତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ବିଶ୍ୱ ବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗଦେଇ ଭାରତର ଆଣବିକ ଶକ୍ତିକୁ ବିଶ୍ୱ ସ୍ତରରେ ପରିଚିତ କରାଇବାରେ ଇସ୍ରୋ ଭଳି ସଂସ୍ଥା ଏକ ନୂତନ ମାଇଲ ଖୁଣ୍ଟ ସୃଷ୍ଟି କରିପାରିଛି ବୋଲି କହିଥିଲେ । ଉପ କୂଳପତି ଡ଼ଃ ଗୌତମ ଘୋଷ ଯୋଗଦେଇ ସାମ୍ପ୍ରତିକ ଆଧୁନିକ ସମାଜରେ ବୈଜ୍ଞାନିକଙ୍କ ନୂତନତ୍ଵ ବିଷୟରେ କହିଥିଲେ ।
ସତୀଶ ଧାୱନ ସ୍ପେସ ସେଣ୍ଟର ବୈଜ୍ଞାନିକ ଦେବାଶିଷ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଅଧକ୍ଷ ଡ଼ଃ କେ ମୂରଲୀ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଆଭାସୀ ମାଧ୍ୟମରେ ଇସ୍ରୋ ର ବହୁ ବୈଜ୍ଞାନିକ ମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ଏହି ଉତ୍ସଵରେ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସେଲର(ଭୌତିକ ବିଜ୍ଞାନ)ର ପ୍ରଫେସର ଏ ଭି ଏନ୍ ଏଲ ଶର୍ମା, ଅନ୍ୟତମ ପ୍ରୋ ଭାଇସ ଚାନ୍ସେଲର(କମ୍ପୁଟର ବିଜ୍ଞାନ) ଡ଼ଃ ବାଳକୃଷ୍ଣ ତ୍ରିପାଠୀ,ରେଜିଷ୍ଟ୍ରାର ଡ଼ଃ ଏନ୍ ଭି ଜେ ରାଓ , ପରୀକ୍ଷା ନିୟନ୍ତ୍ରକ ଡ଼ଃ ପି ବିଜୟ କୁମାର ସମେତ ଇସ୍ରୋ ର ଅନେକ ବୈଜ୍ଞାନିକ ମାନେ ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀରେ ଗୁଣୁପୁର ଅଞ୍ଚଳର ସମସ୍ତ ଶିକ୍ଷାନଷ୍ଠାନର ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ପରିଦର୍ଶନ କରିଥିଲେ । ଏହି ଦିବସ ପାଳନ ନିମନ୍ତେ ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

