Homebreaking newsରାଇକିଆ ବ୍ଲକ ଇନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ଢେପଗୁଡ଼ା ଗ୍ରାମରେ ଭୂସ୍ଖଳନ

ରାଇକିଆ ବ୍ଲକ ଇନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ଢେପଗୁଡ଼ା ଗ୍ରାମରେ ଭୂସ୍ଖଳନ

ରାଇକିଆ – ଆପ୍ର,,କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଇନ୍ଦ୍ରଗଡ ପଞ୍ଚାୟତ ର ଢେପାଗୁଡ଼ା ଗ୍ରାମ ରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ଗାଁ କୁ ସଂଯୋଗ କରିଥିବା କଂକ୍ରିଟ ରାସ୍ତା ରେ ଗତ କିଛି ଦିନର ଲଗାଣ ବର୍ଷାରେ ୧୨ ଫୁଟ୍ ଗାତ ସୃଷ୍ଟି ହେବାରୁ ଲୋକେ ଯାତାୟାତ କରୁନାହାନ୍ତି ।WhatsApp Image 2026 08 09 at 8.39.25 PM

ସେଠାରେ ୧୫ ରୁ ଉର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ଆସନ୍ନ ବିପଦ କୁ ଦୃଷ୍ଟି ରେ ରଖି ଢେ ପଗୁଡ଼ା ହରିଜନ ସାହିର ୪ ଗୋଟି ପରିବାର ଗୁଡିକକୁ ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଥିବା ରାଇକିଆ ବ୍ଲକ ଜିପିଡିଓ ମହେଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ବ୍ଲକ୍ ପ୍ରଶାସନ ତରଫରୁ ଗାଁ ପରିସ୍ଥିତି ଅନୁଧ୍ୟାନ କରିବା ସହ ଯୁଦ୍ଧ କାଳୀନ ଭିତ୍ତି ରେ ରାସ୍ତା ମରାମତି ପାଇଁ ଜିଲ୍ଲା ପ୍ରଶାସନ କୁ ରିପୋର୍ଟ କରଯାଇଛି ବୋଲି କହି ଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments