Homelocalଇକାର୍ଡା ପକ୍ଷରୁ ବିହନ ରୋପଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଇକାର୍ଡା ପକ୍ଷରୁ ବିହନ ରୋପଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଗୁଣପୁର – ୧୦/୮/୨୬ : ଆନ୍ତର୍ଜାତିକ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା) ଏବଂ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ବ୍ଲକର ତାମିଲଗୁଡା ଗ୍ରାମରେ ବର୍ଷା ଦିନିଆ ହରଡ ଚାଷ ପାଇଁ ହରଡ ବିହନ ରୋପଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇକାର୍ଡା ର ଜିଲ୍ଲା ସଂଯୋଜକ ଓ ଵ୍ଲକ ସଂଯୋଜକ ଗତିକ୍ରିଷ୍ଣା ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ନରାମ ରାମୁ ଯୋଗଦେଇ କୃଷକ ମାନଙ୍କୁ ହରଡ ଚାଷ ସମ୍ପର୍କରେ ଉନ୍ନତ ଜ୍ଞାନକୌଶଳ ପ୍ରଦାନ କରିଥିଲେ ।59114646 b7f5 4ccc b3cd 221ec0985822

ଅଧିକ ଅମଳ ପାଇବାପାଇଁ ଉନ୍ନତ ବିହନର ଉପଯୋଗୀତା , ଧାଡ଼ିରେ ଶୁଣିବା , ବିହନ ବିଶୋଧନ , ସାର ପ୍ରୟୋଗ , କୀଟନାଶକ ଔଷଧ ଓ ଘାସମରା ଔଷଧ ବ୍ୟବହାର ଆଦି ବିଷୟରେ ବିଶଦ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ତାମିଲଗୁଡା ଗ୍ରାମର ପ୍ରାୟ ୩୧ ଜଣ କୃଷକଙ୍କୁ ଉନ୍ନତ କିସମର ହରଡ ବିହନ ପ୍ରଦାନ କରାଯାଇଥିଲା । ଉପସ୍ଥିତ କୃଷକ ମାନେ ଚକ ଭିତ୍ତିରେ ହରଡ ଚାଷ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିହନ ବିଶୋଧନ ପାଇଁ ଔଷଧ , ଜୀବାଣୁ ସାର , ଅଣୁସାର , ଘାସମରା ଔଷଧ ଓ ଜୀବନାଶକ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି ଇକାର୍ଡା ର କ୍ଷେତ୍ର ପ୍ରତିନିଧି ଭଗବାନ ଗୌଡ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ନରାମ ରାମୁ ଏବଂ ଗତିକ୍ରିଷ୍ଣା ବେହେରା ଉପସ୍ଥିତ ରହି କୃଷକ ମାନଙ୍କୁ ହରଡ ଚାଷ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ । ହାତ ବୁଣା ଓ ମଞ୍ଜି ବୁଣା ଯନ୍ତ୍ର ସାହାଯ୍ୟରେ କୃଷକ ମାନଙ୍କୁ ବିହନ ଲଗାଇବାର ପ୍ରଣାଳୀ ସମ୍ବନ୍ଧରେ ବୁଝାଇଥିଲେ । ଶେଷରେ ଚାଷି ମାନେ ବିହନ ଲଗାଇବାର ଏଭଳି ସହଜ ଉପାୟ ଦେଖି ବହୁତ ଖୁସି ହୋଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments