ବୋରିଗୁମ୍ମା ୧୦/୮ : ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ୍ ରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନିଜର କଳା ଓ ସଂସ୍କୃତିକୁ ବଡ ଗର୍ବ ସହ ପାଳନ କରିଛନ୍ତି। ବ୍ଲକ୍ ର ବିଭିନ୍ନ ଗ୍ରାମରୁ ଆଦିବାସୀ ଭାଇ ଭଉଣୀ ମାନେ ଏକତ୍ରିତ ହୋଇ ପାରମ୍ପରିକ ନୃତ୍ୟ ଗୀତ ପ୍ରଦର୍ଶନ ଏବଂ ବିଶାଳ ଜନ ସମାଗମ କରିଥିଲେ। ଆଦିବାସୀ ନୃତ୍ୟ ନିଜର ପ୍ରାଚୀନ କଳାକୁ ଜୀବିତ ରଖିଥିବାର ଦେଖିବାକୁ ମିଳିଥିଲା।
ବୋରିଗୁମ୍ମା ବ୍ଲକ୍ ର ବରିଷ୍ଠ ଆଦିବାସୀ ନେତା କମୁଳୁ ଜାନି କହିଛନ୍ତି ଯେ, ଆଦିବାସୀ ମାନଙ୍କ ସଂସ୍କୃତି ହେଉଛି ଓଡ଼ିଶା ମାଟିର ପରିଚୟ। ସରକାର ତରଫରୁ ସେମାନଙ୍କ କଳାକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ବିଶାଳ ସମାବେଶ ରେ ବୋରିଗୁମ୍ମା ପୋଲିସ ର ସହଯୋଗ ଦେଖିବାକୁ, ମିଳିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୋରିଗୁମ୍ମା ଆଦିବାସୀ ଗୌରବ ଓ ଐତିହ୍ୟ ସମଗ୍ର ବିଶ୍ୱ ପାଖରେ ପହଞ୍ଚିପାରିଛି। ସାଧାରଣ ଲୋକମାନେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବେଶ୍ ପସନ୍ଦ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ସଙ୍ଘ ର ସଭାପତି ସତ୍ୟ ନାୟିକ ବରିଷ୍ଠ ଆଦିବାସୀ ନେତା କମୁଳୁ ଜାନି ଶିକ୍ଷକ କମୁଳୁ ଭତ୍ରା, ଆଦିବାସୀ ନେତା ରାମ ଜାନି, ଦାସ ଭତ୍ରା ଏବଂ ବିଭିନ୍ନ ଗ୍ରାମ ର ଆଦିବାସୀ ସମାଜ ର ଲୋକ ଏକତ୍ରିତ ହୋଇଥିଲେ।

