ଭଦ୍ରକରେ ଏନକାଉଣ୍ଟର, ଆହତ ଅପରାଧୀ ପ୍ରଫୁଲ୍ଲ ହସ୍ପିଟାଲରେ ଭର୍ତ୍ତି

Date:

Share post:

ଭଦ୍ରକ, (୧୧/୦୬) : ଆପ୍ର : ଭଦ୍ରକରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଗୁଳି । ଗୁରୁତର ଆହତ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରେ କଟକ ସ୍ଥାନାନ୍ତର କରାଯାଇଛି । ସୋର ଅଞ୍ଚଳର ପ୍ରଫୁଲ୍ଲ ଓ ତାର ସହଯୋଗୀ ଭଦ୍ରକର ନୂଆସାହି ଜଙ୍ଗଲ ନିକଟରେ ଲୁଟ୍ ଯୋଜନା କରୁଥିଲେ । ଖବରପାଇ ଚଢାଉ କରିଥିଲା ପୋଲିସ । ଏହି ସମୟରେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ପ୍ରଫୁଲ୍ଲ । ଜବାବରେ ପୋଲିସ ଫ୍ରଫୁଲ୍ଲ ଉପରକୁ ଗୁଳି ଚଳାଇଥିଲା । ପ୍ରଫୁଲ୍ଲର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଘଟଣାସ୍ଥଳରୁ ତାର ସହଯୋଗୀ ଫେରାର ହୋଇଯାଇଛି । ଜଙ୍ଗଲ ନିକଟରୁ ଦେଶୀ ବନ୍ଧୁକ ସହ ଦୁଇଟି ଖୋକା ଜବତ କରିଛି ପୋଲିସ । ପ୍ରଫୁଲ୍ଲ ନାଁରେ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ରହିଛି । ହତ୍ୟା, ଲୁଟ୍, ଛିନତାଇ ଭଳି ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଘରେ କେହି ନଥିବା ବେଳେ ଲୁଟିନେଲେ ଲୁଟେରା, ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଉଦଳା, (12/06) : ଆପ୍ର : ଆସିଲେ ଘର ସାମ୍ନା ରାସ୍ତାରେ ବୁଲିଲେ । ଘରୁ ମହିଳା ବାହାରିଯିବା ଦେଖିବାପରେ କିଛି କ୍ଷଣରେ ଲୁଟିନେଲେ ।...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏଥର ରଜରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର, (12/06) : ଆପ୍ର : ପର୍ଯ୍ୟଟକଙ୍କ ପାଇଁ ବଡ଼ ଖୁସି ଖବର । ରଜରେ ଖୋଲିବ ନନ୍ଦନକାନନ । ଏଥର ସୋମବାର ରଜ ସଂକ୍ରାନ୍ତି...

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଗୁଣପୁର, (12/06) : ଆପ୍ର : ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ ଘଟିଛି । ୭୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ

ଭୁବନେଶ୍ବର, (12/06) : ଆପ୍ର : ବଡ଼ ଘୋଷଣା କଲେ ରାଜ୍ୟ ସରକାର । ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା ।...