ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ ।
ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ରାଜଘାଟ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ବାଇକ୍ କୁ ପଛପଟୁ ଟ୍ରକ ଧକ୍କା ଦେବାରୁ ଗର୍ଭବତୀଙ୍କ ସମେତ ୩ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଂଲା ଥାନା କାଦରାୟାଁ ଅଞ୍ଚଳର ଜଣେ ଗର୍ଭବତୀଙ୍କ ସମେତ ଦୁଇଜଣ ଯୁବକ ବାଇକ୍ ଯୋଗେ ଜଳେଶ୍ଵର ଡାକ୍ତରଖାନାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ । ଫଳରେ ଉଭୟ ପାର୍ଶ୍ୱରେ ଯାନ ବାହାନ କିଛି ସମୟ ପାଇଁ ଅଟକି ରହିଥିଲା । ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଓ ଜଳେଶ୍ୱର ପୋଲିସ ପହଞ୍ଚି ରାସ୍ତା ଉପରୁ ଭିଡ଼ ହଟାଇ ଥିଲେ ।

