Homelocalପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ହସ୍ତକ୍ଷେପରେ ଛତିଶଗଡ଼ରୁ ଓଡ଼ିଶା ଫେରିଲା ମୃତଦେହ

ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ହସ୍ତକ୍ଷେପରେ ଛତିଶଗଡ଼ରୁ ଓଡ଼ିଶା ଫେରିଲା ମୃତଦେହ

ବଲାଙ୍ଗିର//ପାଟଣାଗଡ, (୨୦/୧୧) : ଆପ୍ର : ମାନବିକତା ଓ ଜନସେବାର ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡ. ନିରଞ୍ଜନ ବିଶି ।WhatsApp Image 2026 11 20 at 23.42.06 1

ତାଙ୍କର ତ୍ୱରିତ ହସ୍ତକ୍ଷେପ ଓ ଛତିଶଗଡ଼ ସରକାରଙ୍କ ସହଯୋଗ ଫଳରେ ରାୟପୁର ର ଗ୍ଲୋବାଲ ଷ୍ଟାର ହସ୍ପିଟାଲରୁ ଜଣେ ଗରିବ ଓଡ଼ିଆ ଯୁବକଙ୍କ ମୃତଦେହ ମୁକ୍ତ ହୋଇ ନିଜ ଜନ୍ମମାଟିକୁ ଫେରିପାରିଛି । ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଆଇଁଲାତୁଙ୍ଗା ଗ୍ରାମର ଶଶିକାନ୍ତ ସାହୁ ଛତିଶଗଡ଼ର ରାୟପୁରସ୍ଥିତ ଗ୍ଲୋବାଲ ଷ୍ଟାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଦୁର୍ଭାଗ୍ୟବଶତଃ ଗତ ନଭେମ୍ବର ୧୭ ତାରିଖରେ ତାଙ୍କର ଦେହାନ୍ତ ଘଟିଥିଲା । ତେବେ ହସ୍ପିଟାଲର ବକେୟା ଚିକିତ୍ସା ଖର୍ଚ୍ଚ ପରିଶୋଧ କରିବା ପାଇଁ ତାଙ୍କ ଗରିବ ପରିବାର ଅସମର୍ଥ ଥିବାରୁ ମୃତଦେହ ନିଜ ଗ୍ରାମକୁ ଆଣିବାରେ ସମସ୍ୟା ସୃଷ୍ଟି ହୋଇଥିଲା ।

ଏହି ଦୁଃଖଦ ଘଟଣା ସମ୍ପର୍କରେ ଅବଗତ ହେବା ପରେ ପୂର୍ବତନ ସାଂସଦ ଡ. ନିରଞ୍ଜନ ବିଶି ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ସେ ନଭେମ୍ବର ୧୭ ତାରିଖରେ ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଜ଼ିଲ୍ଲାପାଳ ରାୟପୁର, ସ୍ୱାସ୍ଥ୍ୟ ବିଭାଗ ଙ୍କୁ ପତ୍ର ଲେଖି ଚିକିତ୍ସା ଫିଜ ଛାଡ଼ କରିବା, ଆମ୍ବୁଲାନ୍ସ ଦ୍ୱାରା ମୃତ ଶରୀର ଆଇଁଲା ତୁଙ୍ଗା ଗାଁ’କୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ମୃତକଙ୍କ ପରିବାରର ଦାରିଦ୍ର୍ୟ ଓ ଅସହାୟତାକୁ ବିଚାରକୁ ନେଇ ବକେୟା ଚିକିତ୍ସା ଦେୟ ପାଇଁ ମୃତଦେହ ହସ୍ତାନ୍ତରରେ ବିଳମ୍ବ ନ କରିବା ସହ ଶେଷକୃତ୍ୟ ପାଇଁ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିବାକୁ ସେ ନିବେଦନ କରିଥିଲେ ।WhatsApp Image 2026 11 20 at 23.42.07

ଡ. ବିଶିଙ୍କ ହସ୍ତକ୍ଷେପ ପରେ ଗ୍ଲୋବାଲ ଷ୍ଟାର ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହ ହସ୍ତାନ୍ତର କରିଥିଲେ । ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ମୃତଦେହକୁ ରାୟପୁରରୁ ବଲାଙ୍ଗିର ଜିଲ୍ଲାର ଆଇଁଲାତୁଙ୍ଗା ଗ୍ରାମକୁ ପଠାଯାଇଥିଲା । ଶୋକସନ୍ତପ୍ତ ପରିବାର ନିଜ ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ କରିବାର ସୁଯୋଗ ପାଇଥିଲେ । ଏହି ମାନବିକ ସହାୟତା ପାଇଁ ସ୍ୱର୍ଗତ ଶଶିକାନ୍ତ ସାହୁଙ୍କ ପରିବାର ସଦସ୍ୟମାନେ ପୂର୍ବତନ ସାଂସଦ ଡ. ନିରଞ୍ଜନ ବିଶିଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି ।, ଏହି ମାନବିକ ପଦକ୍ଷେପ ପାଇଁ ଡ. ନିରଞ୍ଜନ ବିଶି ଛତିଶଗଡ଼ ସରକାର, ସମ୍ପୃକ୍ତ ପ୍ରଶାସନ ଓ ସହଯୋଗ କରିଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ବିପଦ ସମୟରେ ଗରିବ ଓ ଅସହାୟ ମଣିଷଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ଜନସେବା ବୋଲି ପୂର୍ବତନ ସାଂସଦ ଶ୍ରୀ ବିଶି ପ୍ରକାଶ କରିଛନ୍ତି l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments