Homelocalଚରଦା କପିଳେଶ୍ଵର ମନ୍ଦିର କୁ ପର୍ଯ୍ୟଟନ ର ମାନ୍ୟତା ପ୍ରଦାନ, ସାମ୍ବାଦିକ ସମ୍ମିଳନୀ ରେ ସୂଚନା...

ଚରଦା କପିଳେଶ୍ଵର ମନ୍ଦିର କୁ ପର୍ଯ୍ୟଟନ ର ମାନ୍ୟତା ପ୍ରଦାନ, ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ବିଧାୟକ ଶ୍ରୀ ଜଗଦଳା

ସୁବର୍ଣ୍ଣପୁର, (୦୯/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାୟକ ତଥା ଡିପିସି ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା ଆଜି ବିନିକା ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ କରି ସାରିବା ପରେ ଚରଦା କପିଳେଶ୍ଵର ମନ୍ଦିର ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଚରଦା ବାବା କପିଳେଶ୍ଵର ମନ୍ଦିର ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ମାନ୍ୟତା ପାଇଥିବା ନେଇ ସୂଚନା ଦେଇଥିଲେ ।

ଏହା ସହିତ ବିନିକା ପାପନାଶିନୀ ପୀଠ ପାପକ୍ଷୟ ଘାଟ ଏବଂ ଚରଦା ବାବା କପିଳେଶ୍ଵର ମନ୍ଦିର ର ଉନ୍ନତି କରଣ ପାଇଁ ୧୫ କୋଟି ଲେଖାଏଁ ୩୦ କୋଟି ଟଙ୍କାର ଅନୁଦାନ ପାଇଁ ଡିପିଆର ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଥିଲେ । ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀ ଙ୍କ ସହ ଆଲୋଚନା କରାଯାଇଛି ବୋଲି ସୂଚନା ଦେଇଥିଲେ । ଖୁବଶୀଘ୍ର କାମ ହେବ ଏବଂ ଉଭୟ ପୀଠ ର ସୌନ୍ଦର୍ଯ୍ୟ କରଣ ଓ ଉନ୍ନତି କରାଯିବ ବୋଲି ବିଧାୟକ ଶ୍ରୀ ଜଗଦଳା ସୂଚନା ଦେଇଛନ୍ତି । ବିଶେଷ କରି ରାସ୍ତା ଉଭୟ ପୀଠ ପାଇଁ ଉସାରିଆ ରାସ୍ତା ପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି । ସେହିପରି ବିନିକା ବ୍ଲକ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ଚରଦା କପିଳେଶ୍ଵର ମନ୍ଦିର ଟ୍ରଷ୍ଟବୋର୍ଡ କମିଟି ସଭାପତି ଅଶୋକ ପୃଷ୍ଟି ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments