ବାରଙ୍ଗ ଷଣ୍ଢପୁର ନିକଟରେ କେନାଲରେ ପଶିଗଲା ହାଇଓ୍ବା, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

Date:

Share post:

ବାରଙ୍ଗ, (12/06) : ଆପ୍ର : ବାରଙ୍ଗ ଷଣ୍ଢପୁର ନିକଟରେ କେନାଲରେ ପଶିଗଲା ହାଇଓ୍ବା । ରାସ୍ତା କଡ଼ରେ ଏକ ଗଛକୁ ଧକ୍କା ଦେଇ ପୁରୀ ମୁଖ୍ୟ କେନାଲରେ ପଶିଯାଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ।

ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି । ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ ମୁଖ୍ୟ କେନାଲ ଭିତରକୁ ପଶିଯାଇଥିଲା । ଗାଡ଼ିଟି ବାରଙ୍ଗ ପଟୁ ଗୋଡିସାହି ଅଭିମୁଖେ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚାଳକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ହୋଇ କେନାଲ ମଧ୍ୟକୁ ଖସି ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବାର ଜଣାପଡିଛି। ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...