Homelocalଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀ ଗଞ୍ଜାମ ଜିଲ୍ଲା ଶାଖାର ପ୍ରଥମ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ

ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀ ଗଞ୍ଜାମ ଜିଲ୍ଲା ଶାଖାର ପ୍ରଥମ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (୧୯/୦୮) : ଆପ୍ର : ପବିତ୍ର ୮୦ ତମ ସ୍ୱାଧୀନତା ଦିବସରେ ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୌର ପରିଷଦ ଅଧୀନସ୍ଥ ବ୍ୟାଙ୍କ କୋଲନୀରେ ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀ ଗଞ୍ଜାମ ଜିଲ୍ଲା ଶାଖାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଜ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଉପସ୍ଥିତିତ୍ଵରେ ଅନୁଷ୍ଠିତ ହୋଇଥିଲା । ସଂଗଠିତ ପ୍ରଥମ ବୈଠକରେ ବିଭିନ୍ନ ଅଞ୍ଚଳ ଓ ବ୍ଲକରୁ ସଂଗଠନ ପୁରୋଧାମାନେ ଯୋଗଦେଇ ଏହି ଦଳିତ ସମାଜର ମଙ୍ଗଳ କାମନା କରିବା ସହ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା କରିବା ଦିଗରେ ପଦକ୍ଷେପ ଉପରେ ଆଲୋକପାତ କରାଯାଇଛି । ଯୋଗଦେଇଥିବା ତିନୋଟି ବ୍ଲକ ଯଥା –ଖଲ୍ଲିକୋଟ୍ ବ୍ଲକରୁ ସଭାପତି ଭାବେ ଚରୁଣ କୁମାର ନାୟକ, ସମ୍ପାଦକ ଭାବେ ହରେକୃଷ୍ଣ ମଲ୍ଲିକ, ସହ-ସମ୍ପାଦକ ଭାବେ ଶ୍ରୀମତୀ ଲକ୍ଷ୍ମୀ ଦାସ, ଗଞ୍ଜାମ ବ୍ଲକରୁ ସଭାପତି ଭାବେ ଡ଼ଃ. ବ୍ରଜବନ୍ଧୁ ବେହେରା, ସମ୍ପାଦକ ଭାବେ ମହେଶ୍ଵର ବେହେରା, ଉପ-ସଭାପତି ଭାବେ ଦିଲୀପ କୁମାର ବେହେରା ଓ ଛତ୍ରପୁର ବ୍ଲକରୁ ସଭାପତି ଭାବେ ଶ୍ରୀମତୀ ମମତା ନାୟକଙ୍କୁ କର୍ମକର୍ତ୍ତା ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା ।

ଆଗାମୀ ବୈଠକରେ ଅନ୍ୟ ୧୯ଟି ବ୍ଲକରୁ କର୍ମକର୍ତ୍ତା ମନୋନୀତ କରାଯିବା ସାଂଗକୁ ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀର ଆଗାମୀ ଦିନର କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ସୂଚନା ଦେଇଥିଲେ । ବୈଠକରେ ଅନେକ ଶିକ୍ଷିତ ସମଭାବାପନ୍ନ ଓ ସାରସ୍ୱତ ସମ୍ମାନର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ୍ୟ ଗଣଉପସ୍ଥିତ ଥିଲେ । ବଳରାମ ବେହେରା, ବଂଶୀଧାର ସେଠୀ, କୀର୍ତ୍ତନ ଦାସ, ମହାଦେବ ମଲ୍ଲିକ, ହରେ କୃଷ୍ଣ ମଲ୍ଲିକ, ତରୁଣ କୁମାର ନାୟକ, ମହେଶ୍ୱର ବେହେରା, ଚିନ୍ତାମଣି ବେହେରା, ବିଶ୍ୱ ରଞ୍ଜନ ଦାସ ଏବଂ ମହିଳା ନେତ୍ରୀମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ଅଞ୍ଜନା ବେହେରା, ସମାଜସେବୀ ମମତା ନାୟକ, ଲକ୍ଷ୍ମୀ ଦାସ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି । ପ୍ରକାଶ ଥାଉକି, ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀ ଗଞ୍ଜାମ ଜିଲ୍ଲା ଶାଖାର ଗଠନ କରାଯିବା ସାଂଗକୁ ଏହା ସମ୍ପର୍କରେ ସରକାରଙ୍କ ବିଭିନ୍ନ ବିଭାଗକୁ ଏହାର ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଅବଗତ କରାଯାଇଥିବା ରାଜ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଜଣାଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments